ରାସ୍ତା ନ ହେଲା ନାହିଁ; ୨ଟ୍ରିପ୍ ବାଲି ହେଲେ ଦିଅ

ରାଜକନିକା (ବଡ଼ ଖବର ବ୍ୟୁରୋ): ରାଜକନିକାରୁ ଜୟନଗରକୁ ସଂଯୋଗ କରୁଛି ୨୦ନଂ ଜାତୀୟ ରାଜପଥ । ଏହି ରାସ୍ତାକୁ ପ୍ରଶସ୍ତ କରାଇ ୨୦ନଂ ଜାତୀୟ ରାଜପଥ ଘୋଷଣା କଲା ପ୍ରଶାସନ । କାରଣ ଜୟନଗରଘାଟ ପାରହେଲେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ପ୍ରାଣୀ ଉଦ୍ୟାନ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାସ୍ତା ନାଁ ସିନା ବଦଳାଇ ଦେଲେ, କିନ୍ତୁ ଜାତୀୟ ରାଜପଥକୁ ସଂଲଗ୍ନ ଜୟନଗର ଗାଁର ଭାଗ୍ୟ ବଦଳିଲା ନାହିଁ । ଯେମିତି ସେମିତି ରହିଯାଇଛି । ସ୍ୱାଧୀନତାର ବହୁ ବର୍ଷ ପରେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଗାଁ ଲୋକେ ।

୩୦ରୁ ଅଧିକ ପରିବାର ବସବାସ କରନ୍ତି ଏଇ ଜୟନଗର ଗାଁରେ । ଗାଁ ମୁଣ୍ଡରେ ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଗାଁ ଭିତର ଅପନ୍ତରା, କାଦୁଅ ପଚପଚ । ଗାଁ ଭିତରୁ ପଶିବାକୁ ହେଲେ କାଦୁଅରେ ପହଁରିବାକୁ ପଡିବ । ଅସରାଏ ବର୍ଷାରେ ସ୍ଥିତି ଆହୁରି ବିଗିଡିଯାଏ । ପିଲାଠୁ ବୁଢା ସମସ୍ତେ କାଦୁଅ ପଙ୍କରେ ଜୀବନ ବିତାଉଛନ୍ତି । ସ୍ଥିତି ନ ଦେଖିଲେ ବିଶ୍ୱାସ କରିହେବନି । ଏହି ସମସ୍ୟା ଆଜି କି କାଲିର ନହେଁ, ପିଢି ପରେ ପିଢି ଲାଗିରହିଛି ।

ପଞ୍ଚାୟତ, ବ୍ଲକ, କଲେକ୍ଟର ଅଫିସ ସବୁଠି ଗୁହାରି କରିଛନ୍ତି ଗାଁ ଲୋକେ । ସରପଞ୍ଚ, ବିଡିଓ, ତହସିଲଦାଲ, ବିଧାୟକଙ୍କୁ ଦୁଃଖ ଜଣାଇଛନ୍ତି । ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳିଛି । ହେଲେ ଜୟନଗର ଗାଁର ଭାଗ୍ୟ ବଦଳୁନି । ଭୁଲି ଯାଇଛନ୍ତି ସମସ୍ତେ । କିଏ ବା କହିଁକି ଶୁଣିବ ଗାଁ ଲୋକଙ୍କ ହାରିଗୁହାରି ।

ଶେଷରେ ଅଣ୍ଟା ଭିଡିଛନ୍ତି ଗାଁର ଛୋଟରୁ ବଡ । ସ୍କୁଲପିଲା, ଯୁବକ, ମହିଳା ସମସ୍ତେ ରାସ୍ତାପାଇଁ କାମ କରିଛନ୍ତି । ନିଜ ଅର୍ଥ ଓ ଶ୍ରମଦାନ କରି ବାଲି ଓ ମାଟି କିଣି ରାସ୍ତା ନିର୍ମାଣ କରିଛନ୍ତି । ପ୍ରଶାସନ ଉପରେ ଗାଁ ଲୋକଙ୍କ ଭରସା ପାଉନି । ରାସ୍ତାକାମ ପ୍ରଶାସନ କରିବ, ଏ ଆଶା ଆଉ ନାହିଁ । ଗାଁ ଲୋକେ କହିଛନ୍ତି, ଯାହା କରିବୁ ଏବେ ଆମେ କରିବୁ ।

ସ୍ୱାଧୀନତାର ଏତେ ବର୍ଷ ପରେ ବି ଏଭଳି ଅବସ୍ଥା, ସରକାରଙ୍କ ଗାଁ ବିକାଶର ପ୍ରକୃତ ଦୃଶ୍ୟପଟକୁ ବଖାଣୁଛି ଜୟନଗର । ଭୋଟ ବେଳେ ଜୟନଗର ଗାଁରେ ମାଳ ମାଳ ନେତା,ମନ୍ତ୍ରୀ । ଭୋଟ ସରିବା ପରେ କାହାରି ଦେଖାଦର୍ଶନ ନାହିଁ । ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ