Masthead

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ସହ ଲକ୍ଷାଧିକ ଟଙ୍କା

କୋକସରା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ। ଗତକାଲି ବିଳମ୍ବିତ ରାତିରେ ରାଜାମୁଡା ଗାଁର ରତନ ରଣାଙ୍କ ଘରେ ୭ ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ୧୦ ଭରି ସୁନା ଗହଣା ସହ ୪ ଲକ୍ଷ ନଗଦ ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରତନ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ୭ ଜଣ ଦୁବୃର୍ତ୍ତ କଲା ମୁଖା ପିନ୍ଧି ଘରର ଗ୍ରୀଲ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ।

ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ରତନଙ୍କ ବୋହୁଙ୍କ କୋଠରୀରେ ଥିବା ଗଡ଼ରେଜରୁ ୧୦ ତୋଳା ସୁନା ଗହଣା ସହ ରତନଙ୍କ ଶସଜ ତଳେ ଥିବା ୪ ଲକ୍ଷ ଟଙ୍କା ନେଇଥିବା ରତନ କହିଛନ୍ତି। ଦୁବୃର୍ତ୍ତମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ରତନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ଜୟପାଟଣା ପୋଲିସ, ସାଇଫିଣ୍ଟିକ ଟିମ ଓ ଡଗସ୍ବାର୍ଡ ପହଂଚି ଘଟଣାର ଛାନଭିନ ଚଳାଇଛନ୍ତି।

ଏଠାରେ ପ୍ରକାଶ ଥାଉକି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଢୁଲୁଘାଟି ଘାଟି ଖୋଲିବା ପରେ ଏହି ଘାଟି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡା ସାଜିଛି। କିଛିଦିନ ତଳେ ଏହି ଅଞ୍ଚଳରେ ଏଭଳି ଲୁଟ ହୋଇଥିଲା। ବର୍ତ୍ତମାନ କିଛି ଦିନ ନୀରବତା ପରେ ପୁଣି ସେଇଭଳି ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା