Masthead

କୋଲକାତା ଦୁର୍ଗାପୂଜା

କୋଲକାତା(ବଡ଼ ଖବର ବ୍ୟୁରୋ):   ଧରା ପୃଷ୍ଠକୁ ଅବତରଣ କରିଛନ୍ତି ଜଗଜ୍ଜନନୀ ମା ଦୁର୍ଗା । ଏ ନେଇ ଚଳଞ୍ଚଳ ପୁରପଲ୍ଲୀ । ଏହି ଅବସରରେ କଲିକତା ସହର ଚଳଚଞ୍ଚଳ ହୋଇ ଉଠିଛି । କଲିକତା ଦୁର୍ଗାପୂଜା କେବଳ ଦେଶ ନୁହେଁ ବାହାରେ ବି ପ୍ରସିଦ୍ଧି ଲାଭ କରିଛି । ବିଶେଷ କରି ଦକ୍ଷିଣ କଲିକତାରେ ୬୬ ପଲ୍ଲୀ ଦୁର୍ଗା ପୂଜାକୁ ନେଇ ଚର୍ଚ୍ଚା ବେଶ ଜୋର ଧରେ । ଆଉ ଏହି ସମୟରେ ଲୋକଙ୍କ ଗହଳି ମଧ୍ୟ ବେଶ ଜମେ । ଯେମିତି କଲିକତା ବାସୀ ଚାହିଁ ରହିଥାନ୍ତି ଦୁର୍ଗାପୂଜାକୁ ।ଏହାର ଏକ ବିଶେଷ୍ୱତ ରହିଛି ।

ଭାରତରେ ଏହା ହେଉଛି ପ୍ରଥମ ଦୁର୍ଗାପୂଜା ମଣ୍ଡପ ଯେଉଁଠି ମହିଳା ପୁରୋହିତ ମାନେ ଦୁର୍ଗା ପୂଜା କରିଆସୁଛନ୍ତି । ଏଠି ମାଙ୍କ ପୂଜା ମହିଳାମାନେ କରନ୍ତି । ଏହାରି ଭିତରେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଓ ସପ୍ତମୀ ପୂଜା ପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମାଙ୍କ ପୂଜା ହେଉଛି । ତେବେ ଚଳିତ ବର୍ଷ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଲିକତା ସହରରେ କଡା କଟକଣା ଜାରି ହୋଇଛି । ଭକ୍ତମାନଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ଥିବାବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛନ୍ତି ଆୟୋଜନ କମିଟି । ପ୍ରଥମେ ଜୀବନ ବଞ୍ଚିବା ଉପରେ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି ଆୟୋଜନ କମିଟି । ତେବେ କଲିକତା ସହରରେ ହଜାର ହଜାର ସଂଖ୍ୟାରେ ପୂଜା ମଣ୍ଡପ ହେଉଥିବା ବେଳେ ଅଧିକ ମଣ୍ଡପ ବଙ୍ଗାଳି ମାନେ ହିଁ ପ୍ରସ୍ତୁତ କରିଥାନ୍ତି । ସାଧାରଣ ଗାଁ ଚାଲିଚଳନକୁ ନେଇ ସଜ୍ଜା ଯାଇଛି ମଣ୍ଡପ । ଏଠି ମହିଳାମାନଙ୍କୁ ପୂଜା ଦାୟିତ୍ୱ ଦେବାର ବି ଏକ ବିଶେଷ କାରଣ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା