Masthead

ଘେରିଲେ ଏନଏସି ଅଫିସ

କୋଣାର୍କ (ବଡ଼ ଖବର ବ୍ୟୁରୋ): ୧୦ ଦଫା ଦାବି ନେଇ ଏନଏସି ଅଫିସ ଘେରାଉ କରିଛନ୍ତି ଜନସାଧାରଣ । କୋଣାର୍କ ଏନଏସିର ୧୩ ନମ୍ବର ୱାର୍ଡ ବେରୁହଁ ଗ୍ରାମର ଲୋକମାନେ ଆଜି ଏନଏସି ଅଫିସ ଘେରାଉ କରିଥିଲେ। ବିଜୁଳି, ରାସ୍ତା, ଜମିଜମା, ଆବାସ ଯୋଜନାରେ ପକ୍କାଘର, ପୋଖରୀ ଖନନ, କମ୍ୟୁନିଟି ଟଏଲେଟ ନିର୍ମାଣ ପ୍ରଭୃତି ସମସ୍ୟାର ସମାଧାନ କରିବାକୁ ଗ୍ରାମର ଲୋକମାନେ ଅନେକ ସମୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଆସୁଥିଲେ । ମାତ୍ର ସମସ୍ୟାର ସମାଧାନ ହେଉନଥିବାରୁ ଗ୍ରାମର ଲୋକମାନେ ବାଧ୍ୟ ହୋଇ ଆଜି ଏନଏସି ଅପିସର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଦି ଆଗାମୀ ଦିନରେ ସରକାର ଦାବି ପୂରଣ ନକରନ୍ତି ତେବେ ଏନଏସିର ସମସ୍ତ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି ପୂର୍ବତନ କାଉନସିଲର ସୁକାନ୍ତ ମହାନ୍ତି କହିଛନ୍ତି ।

କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କହିଛନ୍ତି, ସେ ବେରୁହଁ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, କିନ୍ତୁ ସରକାର ସେମାନଙ୍କ ଜମିଜମା ସମସ୍ୟା ଉପରେ ବିଚାର କରୁଛନ୍ତି । ଖୁବଶୀଘ୍ର ଜମିଜମା ସମସ୍ୟା ଦୂର କରିବା ସହ ଲୋକମାନଙ୍କ ୧୦ ଦଫା ଦାବି କିଭଳି ପୂରଣ କରାଯିବ ତାହା ଉପରେ ଧ୍ୟାନ ଦିଆଯିବ। ୧୩ ନମ୍ବର ୱାର୍ଡକୁ ୧୨ ବିବେଚନା କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିଭଳି ଲୋକଙ୍କ ସମସ୍ୟା ଦୂର କରୁଛନ୍ତି ତାହାକୁ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ