Masthead

ଦୁଇ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ଆଇପିଏସ୍‌, ଆଇଏଏସ୍‌ କଳି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମହଙ୍ଗା ପଡ଼ିଛି ବ୍ୟକ୍ତିଗତ ଫଟୋ ସେୟାରିଂ । ଦୁଇ ପ୍ରଶାସନିକ ଅଧିକାରୀ ଆଇଏଏସ ଓ ଆଇପିଏସଙ୍କ ମଧ୍ୟରେ ଏବେ ଯୁଦ୍ଧ ଆରମ୍ଭ ହୋଇଛି । ସେପଟେ ଗୃହମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି । ରବିବାର ଆଇପିଏସ୍‌ ଅଧିକାରୀ ଡି. ରୁପା ମୋଉଦଗିଲ ଆଇଏଏସ୍‌ ଅଫିସର ରୋହିଣୀ ସିନ୍ଧୁରିଙ୍କ ଆପତ୍ତିଜନକ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ରୋହିଣୀ ଏହି ଫଟୋକୁ ୨୦୨୧ରୁ ୨୦୨୨ ମଧ୍ୟରେ ୩ ପୁରୁଷ ଆଇଏଏସ୍‌ ଅଫିସରଙ୍କୁ ପଠାଇଥିବାବେଳେ ସେ ସେବା ଆଚରଣ ଉଲ୍ଲଂଘନ କରିଥିବା ରୁପା କହିଛନ୍ତି। ଏହା ପୂର୍ବରୁ ଶନିବାର ରୋହିଣୀଙ୍କ ଦୁର୍ନୀତିର ଏକ ତାଲିକା ରୁପା ପ୍ରକାଶ କରିଥିଲେ। ରୁପା ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କୁ ଅବଗତ କରାଇଥିବା କହିଛନ୍ତି। ଆଇପିଏସ୍‌ ଅଧିକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରୋହିଣୀ।

ତାଙ୍କ ଚରିତ୍ର ସଂହାର କରିବା ଲାଗି ରୁପା ସୋସିଆଲ ମିଡିଆ ଏବଂ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରୁ ଫଟୋ ସ୍କ୍ରିନ୍‌ସଟ୍‌ ଜରିଆରେ ସଂଗ୍ରହ କରିଛନ୍ତି। ଏଥିସହ ରୋହିଣୀ ଯେଉଁ ଆଇଏଏସ୍‌ ଅଧିକାରୀଙ୍କୁ ନିଜ ଫଟୋ ଶେୟାର କରିଛନ୍ତି ସେମାନଙ୍କ ନାଁ ଗଣମାଧ୍ୟମରେ କହିବା ଲାଗି ରୁପାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମୁଖ୍ୟ ଅବଗତ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ