Masthead

ଇତିହାସ ପୃଷ୍ଠାରେ କୋଣାର୍କ

କୋଣାର୍କ (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟମନ୍ଦିରର ନିର୍ମାଣ ୧୨୪୩ରେ ଆରମ୍ଭ ହୋଇ ୧୨୫୫ ରେ ଶେଷ ହୋଇଥିଲା।୧୨୫୫ ରୁ ୨୦୨୧ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିରକୁ ନେଇ ରହିଛି ଅନେକ କଥା । ୧୬୨୬ରେ ଖୋର୍ଦ୍ଧା ରାଜା ଦ୍ବିତୀୟ ନରସିଂହ ଦେବଙ୍କ ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପଶ୍ଚିମ ପାର୍ଶ୍ବରେ ସୃଷ୍ଟି ହୋଇଥିବା ଫାଟର ମରାମତି କରାଇଥିଲେ । ୧୮୦୬ ରେ ସୂର୍ଯ୍ୟ ମନ୍ଦିରର ଦାୟିତ୍ବ ମେରାଇନା ବୋର୍ଡ ଅଧିନକୁ ଗଲା।୧୮୨୨ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିଲେ ଷ୍ଟରଲିଙ୍ଗ। ସୂର୍ଯ୍ୟ ମନ୍ଦିର ବୁଲି ସେ ଏହାର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ୧୮୩୭ ରେ ଫର୍ଗୁସନ୍ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଆସିଥିଲେ।

ସେ ମନ୍ଦିରର ପିଢ଼ କାନ୍ଥ ମାପ କରି ଫେରିଥିଲେ। ୧୮୫୯ରେ ବେଙ୍ଗଲ ଆସିଆଟିକ ସୋସାଇଟ ଅଧୀନକୁ ଯାଇଥିଲା ସୂର୍ଯ୍ୟ ମନ୍ଦିର। ୧୮୮୩ରେ ବ୍ରିଟିଶ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା।୧୮୮୯ରେ ବେଙ୍ଗଲ ଗଭର୍ଣ୍ଣର ସାର୍ ଆସିଲେଡୋନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିଲେ। ତାଙ୍କ ଦ୍ବାରା ମନ୍ଦିରର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଦୁଇଟି ପେଣ୍ଡାଲ ପ୍ରସ୍ତୁତ ହୋଇଥିଲା। ୧୯୦୦ରେ ବଙ୍ଗ, ବିହାର ଓ ଓଡ଼ିଶା ଦାୟିତ୍ବରେ ଉଡ୍ ବର୍ଣ୍ଣ ସାର୍ ଉଦ୍ ଉଇଲ ରହିଲେ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁନଃ ଉଦ୍ଧାର କରିବା ପାଇଁ ଚେଷ୍ଟା ଆରମ୍ଭ ହେଲା । ୧୯୦୧ରେ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ ହେଲା।

ସେତେବଳକୁ ମନ୍ଦିର ବାଲିରେ ପୋତି ହୋଇ ଚାରିପଟେ ଜଙ୍ଗଲ ସୃଷ୍ଟି ହୋଇ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ପ୍ରଥମ ପର୍ଯ୍ୟାୟରେ ବାଲି କଢ଼ା ଯିବା ପରେ ଚକ ବାହାରିଥିଲା। ୧୯୦୩ରେ ସମ୍ପୂର୍ଣ୍ଣ ମୁଖଶାଳା ବାଲି ମୁକ୍ତ ହେଲା। ୧୯୦୬ ବେଳକୁ ମୁଖଶାଳା ସହ ମନ୍ଦିର ସମ୍ପୂର୍ଣ୍ଣ ବାଲି ମୁକ୍ତ ହେଲା। ୧୯୦୮ ରେ ମନ୍ଦିରକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କିଛି କୃତ୍ରିମ ଜଙ୍ଗଲର ମଧ୍ୟ ସୃଷ୍ଟି କରାଯାଇଥିଲା। କିନ୍ତୁ ମନ୍ଦିର ବାଲିବନ୍ତ ମଧ୍ୟରେ ପୋତି ହୋଇଥିବାରୁ ମନ୍ଦିର ଯଦିଓ ବାଲି ମୁକ୍ତ ହୋଇଥିଲା । ଏହାର ଚାରିପଟେ ଅନେକ ଗୁଡ଼ିଏ ବାଲି ବନ୍ତ ରହିଥିଲା। ୧୯୦୯ ମସିହାରେ ପଶ୍ଚିମ ପାର୍ଶ୍ବ ବାଲି ବନ୍ତ ଖୋଳା ଯିବା ପରେ ସୂର୍ଯ୍ୟ ନାରାୟଣଙ୍କ ପତ୍ନୀ କୁହାଯାଉଥିବା ଛାୟା ଦେବୀଙ୍କ ମନ୍ଦିର ଆବିର୍ଭାବ ହୋଇଥିଲା।୧୯୧୦ରେ ଛାୟା ଦେବୀ ମନ୍ଦିର ପୁନଃ ଉଦ୍ଧାର ଶେଷ ହୋଇଥିଲା।

ସେହି ୧୯୧୦ରେ ମନ୍ଦିର ପୂର୍ବ ପାର୍ଶ୍ବରେ ଥିବା ଏକ ବାଲି ବନ୍ତ ଖୋଳା ଯିବା ପରେ ସେଠି ନାଟ୍ୟ ମନ୍ଦିରର ଆବିର୍ଭାବ ହୋଇଥିଲା। ୧୯୨୨ରେ ନାଟ୍ୟ ମନ୍ଦିର, ଛାୟା ଦେବୀ ମନ୍ଦିର ଓ ମୁଖ୍ୟ ମନ୍ଦିରର ସୁରକ୍ଷା ପାଇଁ ଏହାର କାନ୍ଥରେ ଏକ ପ୍ରକାର ସିମେଣ୍ଟ କଂକ୍ରିଟର ଲେପ ଦିଆଯାଇଥିଲା। ୧୯୫୦ରେ ଏକ ମନ୍ଦିର କମିଟି ର ଗଠନ ହୋଇଥିଲା। କିଛି ସାଧାରଣ ଲୋକ ଏବଂ ସରକାର ଏହି କମିଟିର ସଦସ୍ୟ ଭାବରେ ରହିବାର ପ୍ରସ୍ତାବ ଗ୍ରହଣ କରାଗଲା।୧୯୭୭ ରେ ସୂର୍ଯ୍ୟ ମନ୍ଦିର ଆଲୋକି କରଣ ପରେ ୧୯୮୫ ରେ ବିଶ୍ବ ଐତିହ୍ୟର ମାନ୍ୟତା ପାଇଲା କୋଣାର୍କ ସୂର୍ଯ୍ୟ ମନ୍ଦିର।୧୯୯୫ ରେ ସୂର୍ଯ୍ୟ ମନ୍ଦିର ବିପଦରେ ଥିବା ଦର୍ଶାଇ ଏଏସଆଇ ସୂର୍ଯ୍ୟ ମନ୍ଦିରକୁ ଲୁହା ବିମରେ ଛାଉଣୀ କଲେ ଏବଂ ୨୦୨୦ରେ ସୂର୍ଯ୍ୟମନ୍ଦିରକୁ ଲୁହା ଭାରା ମୁକ୍ତ କରାଗଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା