Masthead

ଡଙ୍ଗାବୁଡି ୩ ନିଖୋଜ

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଗାଁର ୫ ଜଣ ସାଙ୍ଗ ଭୋଜି କରିବାକୁ ଜଲାପୁଟ ଜଳଭଣ୍ଡାର ଅତିକ୍ରମ କରି ରାନତା ଗାଁକୁ ଯାଇଥିଲେ । ଦଶହରାକୁ ଧୁମଧାନରେ ପାଳନ କରିବା ସେମାନଙ୍କ ଲକ୍ଷ୍ୟଥିଲା । ସେହା ହିଁ ହେଲା । ଭୋଜି ଶେଷ କରି ୫ସାଙ୍ଗ ୨୫ ତାରିଖ ସନ୍ଧ୍ୟାରେ ନେଇଥିବା ଦେଶୀଡଙ୍ଗାରେ ପାଡୁଆ ଫେରୁଥିଲେ । ଜଳଭଣ୍ଡାର ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା ।

୫ ଜଣଙ୍କ ମଧ୍ୟରୁ ୨ଜଣ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ସେମାନେ ନିଜ ନିଜ ଘରକୁ ଯାଇ ଶୋଇପଡିଥିଲେ । ଅନ୍ୟ ୩ ସାଙ୍ଗଙ୍କ ସମ୍ପର୍କରେ ସେମାନେ କାହାରିକୁ କୌଣସି ସୂଚନା ଦେଇ ନଥିଲେ । ଅନ୍ୟ ୩ ସାଙ୍ଗ ଘରକୁ ନଫେରିବାରୁ ୨୬ ତାରିଖ ସକାଳେ ପରିବାର ଲୋକେ ବ୍ୟସ୍ତ, ବିବ୍ରତ ହୋଇପଡିଥିଲେ । ଚାଲିଥିଲା ଖୋଜାଖୋଜି । ଧୋକାବାଜ ୨ ସାଙ୍ଗଙ୍କଠାରୁ ସମସ୍ତ ଘଟଣା ଜାଣିବା ପରେ ଅନ୍ୟ ୩ ସାଙ୍ଗଙ୍କ ପରିବାର ଲୋକେ ସ୍ଥାନୀୟ ଥାନା ଓ ବିଡିଓଙ୍କୁ ଖବର ଦେଇଥିଲେ ।

ଆରମ୍ଭ ହୋଇଥିଲା ଉଦ୍ଧାର ଅପରେସନ । ୨୬ ତାରିଖ ରାତି ୧୦ଟାରେ ପୋଲିସ, ତହସିଲଦାର ଓ ବିଡିଓ ଜଲାପୁଟ ଜଳ ଭଣ୍ଡାର ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ରାତି ବହୁତ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଆଜି ସକାଳୁ ଆରମ୍ଭ ହୋଇଛି ଉଦ୍ଧାର ଅପରେସନ । ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ ଓ ଓଡ୍ରାଫ୍ ଟିମ୍ । ନିଖୋଜ ୩ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ଡଙ୍ଗାରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀମାନେ ଜଳ ଭଣ୍ଡାରରେ ଉଦ୍ୟମ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ