Masthead

ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର

ଟାଙ୍ଗୀ( ବଡ଼ ଖବର ବ୍ୟୁରୋ): ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହରକରାଗଲା ୫୭କେଜିର ଟ୍ୟୁମର । ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ହାଟ ବରଡ଼ିରେ ଥିବା ସାଇ ସେବା ସଦନରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଦୀର୍ଘ ପାଞ୍ଚଘଣ୍ଟାର ଅପରେସନ ପରେ ମହିଳାଙ୍କ ପେଟରୁ ଏକ ବିରାଟକାୟ ଟ୍ୟୁମରକୁ ବାହାର କରାଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳ ଡ଼ିହିଗ୍ରାମର ଫୁଲମତୀ ଗଣ୍ଡ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ପରୀକ୍ଷାରୁ ଜଣାପଡିଲା ତାଙ୍କ ପେଟରେ ଟ୍ୟୁମର ବଢୁଛି । ଆର୍ଥିକ ଅନଟନ ଭିତରେ ଗତି କରୁଥିବା ଫୁଲମତୀଙ୍କ ପରିବାର ଚିକିତ୍ସା ପାଇଁ ଅସମର୍ଥ ଥିଲେ । ଏନେଇ କିଛି ସମାଜସେବୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସାଇ ସେବା ସଦନର ମାଲିକ ଏହି ପୋଷ୍ଟ ଦେଖି ନିଜ ଡାକ୍ତରୀ ଟିମ ସହ ପୁଲମତୀଙ୍କ ସହ ଆଲୋଚନା କରିଥିଲେ । ଫୁଲମତୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସାଇ ସେବା ସଦନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରୁ ଆଣି ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା । ଗତକାଲି ସଫଳତାର ସହ ଫୁଲମତୀଙ୍କ ଅପରେସନ ଶେଷ ହୋଇଛି । ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା