Masthead

ଉତ୍ତରକାଶୀ ଗଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଉତ୍ତରକାଶୀର ଟନେଲ ଟ୍ରାଜେଡି ସ୍ଥଳକୁ ଗଲେ ଶ୍ରମମନ୍ତ୍ରୀ ଶାରଦା ନାୟକ । ଓଡ଼ିଶାର ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିବେ । ଫଶିରହିଥିବା ଲୋକଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଦୀର୍ଘ ୧୪ ଦିନ ହେଲା ଟନେଲରେ ଫଶି ରହିଛନ୍ତି ୪୧ ଶ୍ରମିକ । ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ରେସ୍କ୍ୟୁ ଅପରେସନ ଶେଷ ପର୍ଯ୍ୟାୟରେ ପହଂଚିଛି ।
ତେବେ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକିଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତମାନ ସମୟ ପାଇଁ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ । ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଉଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ