Masthead

ବାଜିରେ ଲାଗିଛି ଜୀବନ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ । ସେଫଟି କିଟ୍ ନଥାଇ ଶହ ଶହ ଫୁଟ୍ ଉପରେ ସେମାନେ କାମ କରୁଛନ୍ତି । ପଦ୍ମପୁର ଉପଖଣ୍ଡ ଚାରପାଲିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଚାରପାଲିରେ ଚାଲିଥିବା ପାଣିଟାଙ୍କି କାମରେ ହେଲମେଣ୍ଟ କିମ୍ବା ସେଫଟି ଜ୍ୟାକେଟ୍ ନପିନ୍ଧି ଶ୍ରମିକମାନେ ଲାଗିଛନ୍ତି । ଆରଡବ୍ଲୁଏସଏସ ଓ ପିଏଚଇଡ଼ ପକ୍ଷରୁ ଏହି କାମ ହେଉଛି । ମାତ୍ର ଶ୍ରମିକଙ୍କ ସୁରକ୍ଷା ଲାଗି କାହାର ନିଘା ନାହିଁ । କାର୍ଯ୍ୟସ୍ଥଳରେ ବ୍ୟାରିକେଡ ନାହିଁ । କାମ ତଦାରଖ କରିବା ଲାଗି ମାଳ ମାଳ ଅଫିସର ପ୍ରତିଦିନ ଆସୁଛନ୍ତି । ତଥାପି ଶ୍ରମିକଙ୍କ ସୁରକ୍ଷା ପ୍ରତି ସମସ୍ତେ ଆଖିବୁଜି ଦେଇଛନ୍ତି ।

ଅବସ୍ୟ ପୂର୍ବରୁ ଆରଡବ୍ଲୁଏସଏସର ଏସଡ଼ିଓ ରଶ୍ମୀରଞ୍ଜନ ମର୍ଥା ଠିକାଦାର ଓ ଶ୍ରମିକଙ୍କୁ ତାଗିଦ କରିଥିଲେ । କିଛିଦିନ ନିୟମ ମାନି କାମ କରିଥିଲେ ଶ୍ରମିକ । ଏବେ ବିନା ସେଫଟି କିଟରେ କାମ କରୁଛନ୍ତି । ଏନେଇ ପିଏଚଇଡ଼ ଜେଇଙ୍କୁ ଜଣାଯାଇଥିଲେ ସୁଦ୍ଧା ସେ ନଜର ଦେଉନଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ