ମାମିନାଙ୍କୁ ମିଳୁନି ଘର

ସାଲେପୁର (ବଡ଼ ଖବର ବ୍ୟୁରୋ): ଦେଶରେ କଚ୍ଚାଘର ଆଉ ରହିବନି । ଦୂରେଇଯିବ ଅଗ୍ନି – ପାଣି ଡର । ଏଥିପାଇଁ କାର୍ଯ୍ୟକାରୀ ହେଉଛି ଆବାସ ଯୋଜନା । ମାତ୍ର ଏହି ଯୋଜନା ବାଟବଣା ହେଉଥିବା କଟକ ଜିଲ୍ଲା ସାଲେପୁର ବ୍ଳକ ମୂତରଫ ପଞ୍ଚାୟତ ପଦ୍ମପୁରା ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ମାମିନା ସାହୁ । ସେ ନୁଆଣିଆ ପଲିଥିନଟଣା ଘରେ ଏକାକୀ ଜୀବନ ବିତାଉଛନ୍ତି । ଘର ଉପରେ ଚଢ଼ିଗଲାଣି ଗଛଲତା । ବାପା ଦୀର୍ଘଦିନ ହେବ କୁଆଡ଼େ ଛାଡ଼ି ଚାଲିଯାଇଥିବା ବେଳେ ଶେଷ ଭରସା ଅଜାଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ସାହା ଭରସା କହିଲେ କେବଳ ଭଗବାନ ।

ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେ ପାଇଁ ସେ ସରକାରଙ୍କୁ କରିଥିଲେ ଆବେଦନ । ଘରର ପଟା,ପାଉତି ଦେଉଥିଲେ ସୁଦ୍ଧା ଆବାସ ଯୋଜନାରେ ତାଙ୍କ ନାମକୁ ସାମିଲ୍ କରାଯାଉନାହିଁ । ନେତାଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି ମାମିନା । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ଅବଶିଷ୍ଟ ଜୀବନ କଟିଯାଆନ୍ତା ବୋଲି କାନ୍ଦି କାନ୍ଦି କହିଛନ୍ତି ମାମିନା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ