Masthead

ମାମିନାଙ୍କୁ ମିଳୁନି ଘର

ସାଲେପୁର (ବଡ଼ ଖବର ବ୍ୟୁରୋ): ଦେଶରେ କଚ୍ଚାଘର ଆଉ ରହିବନି । ଦୂରେଇଯିବ ଅଗ୍ନି – ପାଣି ଡର । ଏଥିପାଇଁ କାର୍ଯ୍ୟକାରୀ ହେଉଛି ଆବାସ ଯୋଜନା । ମାତ୍ର ଏହି ଯୋଜନା ବାଟବଣା ହେଉଥିବା କଟକ ଜିଲ୍ଲା ସାଲେପୁର ବ୍ଳକ ମୂତରଫ ପଞ୍ଚାୟତ ପଦ୍ମପୁରା ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ମାମିନା ସାହୁ । ସେ ନୁଆଣିଆ ପଲିଥିନଟଣା ଘରେ ଏକାକୀ ଜୀବନ ବିତାଉଛନ୍ତି । ଘର ଉପରେ ଚଢ଼ିଗଲାଣି ଗଛଲତା । ବାପା ଦୀର୍ଘଦିନ ହେବ କୁଆଡ଼େ ଛାଡ଼ି ଚାଲିଯାଇଥିବା ବେଳେ ଶେଷ ଭରସା ଅଜାଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ସାହା ଭରସା କହିଲେ କେବଳ ଭଗବାନ ।

ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେ ପାଇଁ ସେ ସରକାରଙ୍କୁ କରିଥିଲେ ଆବେଦନ । ଘରର ପଟା,ପାଉତି ଦେଉଥିଲେ ସୁଦ୍ଧା ଆବାସ ଯୋଜନାରେ ତାଙ୍କ ନାମକୁ ସାମିଲ୍ କରାଯାଉନାହିଁ । ନେତାଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି ମାମିନା । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ଅବଶିଷ୍ଟ ଜୀବନ କଟିଯାଆନ୍ତା ବୋଲି କାନ୍ଦି କାନ୍ଦି କହିଛନ୍ତି ମାମିନା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ