Masthead

ଇପିଏଫ୍ ତଥ୍ୟ ନଦେବାରୁ କଲେଜ ଅଧ୍ୟକ୍ଷଙ୍କୁ ଏକ ଲକ୍ଷ ଅର୍ଥଦଣ୍ଡ

ଲଇକେରା (ବଡ଼ ଖବର ବ୍ୟୁରୋ) : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରାରେ ଘଟିଛି ଏକ ଅଭାବନୀୟ ଘଟଣା । ଶୋଭନ ମେମୋରିଆଲ୍ କଲେଜର ଜଣେ ଅଧ୍ୟାପକ ଦରମା ଓ ଇପିଏଫ୍ ସଂକ୍ରାନ୍ତୀୟ ତଥ୍ୟ ନଦେବା ହେତୁ ତାଙ୍କୁ ଲକ୍ଷେ ଟଙ୍କା ଅର୍ଥଦଣ୍ଡ ଦିଆଯାଇଛି । ସୂଚନା ଅଧିକାର ମାମଲାର ଶୁଣାଣି କରି ରାଜ୍ୟ ମୁଖ୍ୟ ସୂଚନା କମିଶନ ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ ମାସକ ଭିତରେ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟଯେ , ଅଧ୍ୟାପକ ସୁଶାନ୍ତ ମିଶ୍ର ତାଙ୍କର ଦରମା ଓ ଇପିଏଫ୍ ସଂକ୍ରାନ୍ତୀୟ ସୂଚନା ଅଧିକାର ଆଇନରେ କେତେକ ତଥ୍ୟ କଲେଜକୁ ମାଗିଥିଲେ। କଲେଜ ସୂଚନା ଅଧିକାରୀ ପଙ୍କଜ ବେହେରା ଏବଂ ଅଧ୍ୟକ୍ଷ ଅରୁଣ କୁମ୍ଭାର ତାଙ୍କୁ ସଠିକ୍ ତଥ୍ୟ ଠିକଣା ସମୟରେ ଯୋଗାଇ ନଥିଲେ। ଇତିମଧ୍ୟରେ ଅଧ୍ୟାପକ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ରାଜ୍ୟ ସୂଚନା କମିଶନ ମାମଲା ଦାଏର ହେବା ପରେ ୨୦୧୯ ଫେବୃଆରୀ ୨୫ ରେ ଅଧ୍ୟାପକ ସ୍ଵର୍ଗତଃ ମିଶ୍ରଙ୍କ ପିତା ପରିକ୍ଷିତ ମିଶ୍ରଙ୍କୁ ମୃତ ଅଧ୍ୟାପକଙ୍କ ଦରମା ସଂକ୍ରାନ୍ତୀୟ ଡିଡି ଓ କୋଡ ନମ୍ବର ତଥ୍ୟ ଦେବା ସହ ଇପିଏଫ୍ ତଥ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏବଂ ଚେତାବନୀ ସତ୍ତେ୍ୱ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ମୃତ ଅଧ୍ୟାପକଙ୍କ ପିତାଙ୍କୁ ଡିଡି ଓ କୋଡ଼ ନମ୍ବର ଦେଇନଥିଲେ। ଯାହା ଫଳରେ ସେ ଦରମା ପାଇବାରୁ ବଞ୍ଚିତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ