Masthead

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ

ସତ୍ୟବାଦୀ(ବଡ଼ ଖବର ବ୍ୟୁରୋ): କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ଶଶ୍ମାନରେ ଜଳିଲା ଯବାନଙ୍କ ଜୁଇ । ‘ଦେବାଶିଷ ଅମର ରହେ’ ଧ୍ୱନିରେ ପ୍ରକମ୍ପତି ହେଉଥିବା ପରିବେଶଟା ‘ହରିନାମ ସତ୍ୟହେ, ରାମନାମ ସତ୍ୟହେରେ ମିଳେଇଗଲା । ଯେଉଁ ଘରେ ଜନ୍ମ ନେଇଥିଲେ ବୀର ଯବାନ ଦେବାଶିଷ ବିଶ୍ୱାଳ ସେହି ଘରେ ପହଂଚିଥିଲା ତାଙ୍କ ପାର୍ଥିବ ଶରୀର । ସେହିଠାରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ଦର୍ଶନ କରିଥିଲେ । ତା’ପରେ ସହିଦଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମାଶାନକୁ ନିଆଯାଇଥିଲା । ମରଶରୀର ଉପରେ ଘୋଡ଼େଇ ଦିଆଯାଇଥିଲା ତ୍ରିରଙ୍ଗା ପତାକା । ଶ୍ମଶାନରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେନାବାହିନୀ ପକ୍ଷରୁ ସହିଦ ଦେବାଶିଷ ବିଶ୍ୱାଳଙ୍କୁ ଦିଆଯାଇଥିଲା ତୋପ ସଲାମୀ । ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।

ଆଜି ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା ଭାରତୀୟ ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ମରଶରୀର । ବିମାନବନ୍ଦରରେ ପହଂଚିବା ପରେ ପରେ ସେନା ଅଧିକାରୀ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଧମପତ୍ନୀ ସଙ୍ଗୀତା ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କିଛି ରାଜନେତା ମଧ୍ୟ ବିମାନବନ୍ଦରରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷ ବିଦାୟ ଜଣାଇଥିଲେ । ଏହାପରେ ଦେବାଶିଷଙ୍କ ନିଜସ୍ୱ ଗ୍ରାମ ପୁରୀ ସତ୍ୟବାଦୀ ଖଣ୍ଡାୟତ ସାହି ଅଭିମୁଖେ ବାହାରିଥିଲା ପାର୍ଥିବ ଶରୀର । ମରଶରୀର ଯିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଦେବାଶିଷ ଅମର ରହେ ଧ୍ୱନିରେ ଫାଟିପଡୁଥିଲା ପରିବେଶ ।

ଭାରତୀୟ ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ ଦେବାଶିଷ ବିଶ୍ୱାଳ । ଜମ୍ମୁକାଶ୍ମୀର ପୁଞ୍ଚରେ କାର୍ୟ୍ୟ କରୁଥିବା ବେଳେ ଗୁରୁବାର ଦିନ ତାଙ୍କ ଟ୍ରକ ଉପରକୁ ହୋଇଥିଲା ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ । ଯେଉଁଥିରେ ଦେବାଶିଷ ବିଶ୍ୱାଳଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲା । ଖବର ପ୍ରଘଟ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ଦେବାଶିଷଙ୍କ ପରିବାର ପାଦତଳୁ ଖସିଯାଇଥିଲା ମାଟି । ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଛୋଟ ଶିଶୁ କନ୍ୟା ମଧ୍ୟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା