Masthead

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ

ସତ୍ୟବାଦୀ(ବଡ଼ ଖବର ବ୍ୟୁରୋ): କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ଶଶ୍ମାନରେ ଜଳିଲା ଯବାନଙ୍କ ଜୁଇ । ‘ଦେବାଶିଷ ଅମର ରହେ’ ଧ୍ୱନିରେ ପ୍ରକମ୍ପତି ହେଉଥିବା ପରିବେଶଟା ‘ହରିନାମ ସତ୍ୟହେ, ରାମନାମ ସତ୍ୟହେରେ ମିଳେଇଗଲା । ଯେଉଁ ଘରେ ଜନ୍ମ ନେଇଥିଲେ ବୀର ଯବାନ ଦେବାଶିଷ ବିଶ୍ୱାଳ ସେହି ଘରେ ପହଂଚିଥିଲା ତାଙ୍କ ପାର୍ଥିବ ଶରୀର । ସେହିଠାରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ଦର୍ଶନ କରିଥିଲେ । ତା’ପରେ ସହିଦଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମାଶାନକୁ ନିଆଯାଇଥିଲା । ମରଶରୀର ଉପରେ ଘୋଡ଼େଇ ଦିଆଯାଇଥିଲା ତ୍ରିରଙ୍ଗା ପତାକା । ଶ୍ମଶାନରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେନାବାହିନୀ ପକ୍ଷରୁ ସହିଦ ଦେବାଶିଷ ବିଶ୍ୱାଳଙ୍କୁ ଦିଆଯାଇଥିଲା ତୋପ ସଲାମୀ । ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।

ଆଜି ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା ଭାରତୀୟ ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ମରଶରୀର । ବିମାନବନ୍ଦରରେ ପହଂଚିବା ପରେ ପରେ ସେନା ଅଧିକାରୀ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଧମପତ୍ନୀ ସଙ୍ଗୀତା ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କିଛି ରାଜନେତା ମଧ୍ୟ ବିମାନବନ୍ଦରରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷ ବିଦାୟ ଜଣାଇଥିଲେ । ଏହାପରେ ଦେବାଶିଷଙ୍କ ନିଜସ୍ୱ ଗ୍ରାମ ପୁରୀ ସତ୍ୟବାଦୀ ଖଣ୍ଡାୟତ ସାହି ଅଭିମୁଖେ ବାହାରିଥିଲା ପାର୍ଥିବ ଶରୀର । ମରଶରୀର ଯିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଦେବାଶିଷ ଅମର ରହେ ଧ୍ୱନିରେ ଫାଟିପଡୁଥିଲା ପରିବେଶ ।

ଭାରତୀୟ ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ ଦେବାଶିଷ ବିଶ୍ୱାଳ । ଜମ୍ମୁକାଶ୍ମୀର ପୁଞ୍ଚରେ କାର୍ୟ୍ୟ କରୁଥିବା ବେଳେ ଗୁରୁବାର ଦିନ ତାଙ୍କ ଟ୍ରକ ଉପରକୁ ହୋଇଥିଲା ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ । ଯେଉଁଥିରେ ଦେବାଶିଷ ବିଶ୍ୱାଳଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲା । ଖବର ପ୍ରଘଟ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ଦେବାଶିଷଙ୍କ ପରିବାର ପାଦତଳୁ ଖସିଯାଇଥିଲା ମାଟି । ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଛୋଟ ଶିଶୁ କନ୍ୟା ମଧ୍ୟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା