Masthead

ଲଖିମପୁର ଖେରୀ ମାମଲା; ଘଟଣାସ୍ଥଳରେ କ୍ରାଇମ ସିନ ରିକ୍ରିଏଟ କଲା SIT

ଲଖିମପୁର(ବଡ଼ ଖବର ବ୍ୟୁରୋ): ଥମିବାରେ ନାଁ ନେଉନି ଲଖିମପୁର ଖେରି ମାମଲା । ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଗିରଫ ହୋଇଥିବାର କଥା ଥମିନଥିବାବେଳେ ଘଟଣାଳସ୍ଥଳରେ SIT କ୍ରାଇମ ସିନ ରିକ୍ରିଏଟ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ର, ତାଙ୍କ ତାଙ୍କ ଘନିଷ୍ଠ ସହଯୋଗୀ ଅଙ୍କିତ ଦାସ, ଗନମେନ୍‌ ଲତିଫ ଓ ଡ୍ରାଇଭର ଶେଖର ଭାରତୀଙ୍କୁ ନେଇ ଏସଆଇଟି ଏହି କ୍ରାଇମସିନ୍‌ ରିକ୍ରିଏଟ କରିଛି ।

ଏଥିଲାଗି ଏସଆଇଟି ୩ଟି ଏସୟୁଭିର ବ୍ୟବସ୍ଥା ମଧ୍ୟ କରିଥିଲା। ଯେପରି ଜଣାଯାଏ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ ଅଭିଯୁକ୍ତମାନେ ୩ ଟି ଏସୟୁଭିକୁ ଦ୍ରୁତବେଗରେ ଆଣି ବିକ୍ଷୋଭରତ ଚାଷୀଙ୍କ ଉପରେ ଚଢାଇ ଦେଇଥିଲେ। ଠିକ ସେହିପରି ସିନ୍‌ ଏସଆଇଟି ରିକ୍ରିଏଟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା