ଯିଏ ଗୋଆ ଜିତେ, ସିଏ ଦିଲ୍ଲୀ ଜିତେ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଶାସକ ଦଳକୁ ଦୁର୍ବଳ କରିବା ପାଇଁ କେତେବେଳେ ଦେଶର ସମସ୍ତ ବିରୋଧୀ ଦଳ ଏକାଠି ହେଉଛନ୍ତି ତ ଆଉ କେତେବେଳେ କୃଷକଙ୍କ ସପକ୍ଷରେ ବାହାରୁଛନ୍ତି । ତାଙ୍କର ମୂଳ ଲକ୍ଷ୍ୟ ଦେଶରେ ଶାସକ ଦଳକୁ ଦୁର୍ବଳ କରିବା ଏବଂ ନିଜର ଆଧିପତ୍ୟକୁ ବିସ୍ତାର କରିବା । ଏହା ମଧ୍ୟରେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ଉଭୟ କେନ୍ଦ୍ର ଓ ବିରୋଧୀ ଦଳଙ୍କ ନଜର ପଡ଼ିଛି । ସେପଟେ ଗୋଆରେ ପୂର୍ଣ୍ଣ ବହୁମତ ସହ ବିଜେପି ଜିତିବ କହି ଚର୍ଚ୍ଚାରେ ଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଗୋଆ ନିର୍ବାଚନକୁ ନେଇ ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ଆସନ୍ତା ବର୍ଷ ହେବାକୁ ଥିôବା ଗୋଆ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଜିତିବ, ସେହି ଦଳ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଅତି ସହଜରେ ବିଜୟ ଲାଭ କରିବ ବୋଲି ଚିଦାମ୍ବରମ କହିଛନ୍ତି । କେବଳ ଏତିକି ନୁହେଁ ଇତିହାସ ଦେଖିଆସୁଛି, ଯିଏ ଗୋଆ ଜିତେ, ସିଏ ଦିଲ୍ଲୀ ଜିତେ । ୨୦୦୭ରେ ଆମେ ଗୋଆ ଜିତିଥିଲୁ । ପରେ ୨୦୦୯ରେ ଆମେ ଦିଲ୍ଲୀ ଜିତିଥିଲୁ । ସେହିପରେ ୨୦୧୨ରେ ଦୁର୍ଭାଗ୍ୟବଶତ ଗୋଆକୁ ହରାଇଥିଲୁ ଯାହାର ଫଳ ଆମେ ୨୦୧୪ରେ ପାଇଥିଲୁ । ଏହା ଛଡ଼ା ୨୦୧୭ ମସିହାରେ ଆମେ ଗୋଆ ଜିତିଥିଲେ । କିନ୍ତୁ ଆମର ବିଧାୟକମାନେ ଗୋଆକୁ ହରାଇଥିଲେ ବୋଲି ୨୦୧୯ରେ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିଲା ।

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ସାହସ ଏବଂ ଆତ୍ମବିଶ୍ୱାସରେ ଆଗକୁ ବଢୁଛି । ଏବଂ ନିଶ୍ଚିତ ଭାବରେ ଏଥର ଗୋଆକୁ କଂଗ୍ରେସ ଜିତିବ ବୋଲି ଚିଦାମ୍ବରମ ଦୃଢକ୍ତି ପ୍ରକାଶ କରି କହିଛନ୍ତି । ଅନ୍ୟପଟେ ୨୦୧୭ ମସିହାରେ ଗୋଆ ବିଧାନସଭା ନିର୍ବାଚନରେ ୪୦ ସଦସ୍ୟ ବିଶିଷ୍ଟ ଗୃହରେ ୧୭ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି । କିନ୍ତୁ ସେହି ସମୟରେ ବିଜେପି କିଛି ଆଞ୍ଚଳିକ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସହ ସରକାର ଗଠନ ପାଇଁ ଏକ ମେଣ୍ଟ କରିଥିଲା । ହେଲେ ରାଜ୍ୟରେ କଂଗ୍ରେସର ବର୍ତ୍ତମାନ ଚାରି ଜଣ ବିଧାୟକ ଅଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଗୋଆ ବିଧାନସଭା ନିର୍ବାଚନରେ କିଏ ଜିତୁଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ