Masthead

ଯିଏ ଗୋଆ ଜିତେ, ସିଏ ଦିଲ୍ଲୀ ଜିତେ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଶାସକ ଦଳକୁ ଦୁର୍ବଳ କରିବା ପାଇଁ କେତେବେଳେ ଦେଶର ସମସ୍ତ ବିରୋଧୀ ଦଳ ଏକାଠି ହେଉଛନ୍ତି ତ ଆଉ କେତେବେଳେ କୃଷକଙ୍କ ସପକ୍ଷରେ ବାହାରୁଛନ୍ତି । ତାଙ୍କର ମୂଳ ଲକ୍ଷ୍ୟ ଦେଶରେ ଶାସକ ଦଳକୁ ଦୁର୍ବଳ କରିବା ଏବଂ ନିଜର ଆଧିପତ୍ୟକୁ ବିସ୍ତାର କରିବା । ଏହା ମଧ୍ୟରେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ଉଭୟ କେନ୍ଦ୍ର ଓ ବିରୋଧୀ ଦଳଙ୍କ ନଜର ପଡ଼ିଛି । ସେପଟେ ଗୋଆରେ ପୂର୍ଣ୍ଣ ବହୁମତ ସହ ବିଜେପି ଜିତିବ କହି ଚର୍ଚ୍ଚାରେ ଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଗୋଆ ନିର୍ବାଚନକୁ ନେଇ ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ଆସନ୍ତା ବର୍ଷ ହେବାକୁ ଥିôବା ଗୋଆ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଜିତିବ, ସେହି ଦଳ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଅତି ସହଜରେ ବିଜୟ ଲାଭ କରିବ ବୋଲି ଚିଦାମ୍ବରମ କହିଛନ୍ତି । କେବଳ ଏତିକି ନୁହେଁ ଇତିହାସ ଦେଖିଆସୁଛି, ଯିଏ ଗୋଆ ଜିତେ, ସିଏ ଦିଲ୍ଲୀ ଜିତେ । ୨୦୦୭ରେ ଆମେ ଗୋଆ ଜିତିଥିଲୁ । ପରେ ୨୦୦୯ରେ ଆମେ ଦିଲ୍ଲୀ ଜିତିଥିଲୁ । ସେହିପରେ ୨୦୧୨ରେ ଦୁର୍ଭାଗ୍ୟବଶତ ଗୋଆକୁ ହରାଇଥିଲୁ ଯାହାର ଫଳ ଆମେ ୨୦୧୪ରେ ପାଇଥିଲୁ । ଏହା ଛଡ଼ା ୨୦୧୭ ମସିହାରେ ଆମେ ଗୋଆ ଜିତିଥିଲେ । କିନ୍ତୁ ଆମର ବିଧାୟକମାନେ ଗୋଆକୁ ହରାଇଥିଲେ ବୋଲି ୨୦୧୯ରେ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିଲା ।

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ସାହସ ଏବଂ ଆତ୍ମବିଶ୍ୱାସରେ ଆଗକୁ ବଢୁଛି । ଏବଂ ନିଶ୍ଚିତ ଭାବରେ ଏଥର ଗୋଆକୁ କଂଗ୍ରେସ ଜିତିବ ବୋଲି ଚିଦାମ୍ବରମ ଦୃଢକ୍ତି ପ୍ରକାଶ କରି କହିଛନ୍ତି । ଅନ୍ୟପଟେ ୨୦୧୭ ମସିହାରେ ଗୋଆ ବିଧାନସଭା ନିର୍ବାଚନରେ ୪୦ ସଦସ୍ୟ ବିଶିଷ୍ଟ ଗୃହରେ ୧୭ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି । କିନ୍ତୁ ସେହି ସମୟରେ ବିଜେପି କିଛି ଆଞ୍ଚଳିକ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସହ ସରକାର ଗଠନ ପାଇଁ ଏକ ମେଣ୍ଟ କରିଥିଲା । ହେଲେ ରାଜ୍ୟରେ କଂଗ୍ରେସର ବର୍ତ୍ତମାନ ଚାରି ଜଣ ବିଧାୟକ ଅଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଗୋଆ ବିଧାନସଭା ନିର୍ବାଚନରେ କିଏ ଜିତୁଛି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି