Masthead

୫ମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ । ଧର୍ମଶାଳାରେ ଏକ ଇନିଂସ ଓ ୬୪ ରନ୍‌ରେ ଇଂଲଣ୍ଡ ପରାସ୍ତ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ ରନରେ ଅଲ୍‌ଆଉଟ୍‌ । ଅଶ୍ୱିନ୍‌ଙ୍କୁ ୫, ବୁମ୍‌ରା ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ । ଇଂଲଣ୍ଡ ୨୧୮ ଓ ୧୯୫, ଭାରତ ୪୭୭ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ହେଲେ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା । ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ସର୍ବାଧିକ ୭୯ ରନ କରିଥିବା ବେଳେ ଭାରତ ପକ୍ଷରୁ ଅଶ୍ୱିନୀ ୪ ଓ କୁଲଦୀପ ୫ଟି ୱିକେଟ ନେଇଥିଲେ । ସେହିପରି ଭାରତ ତାର ପ୍ରଥମ ଇଂନିସରେ ଧୂଆଁଧାର ବ୍ୟାଟିଂ କରି ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୧୦୩, ଶୁଭମନ ଗିଲ ୧୧୦, ଦେବଦତ୍ତ ପାଡିକଲ ୬୫, ଜୟସ୍ୱାଲ ୫୭ ଓ ସର୍ଫରାଜ ଖାନ ୫୬ ରନ କରିଥିଲେ । ଫଳରେ ଦଳ ୪୭୭ ରନ କରିଥିଲା । ହେଲେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସରେ ମାତ୍ର ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଗୋଟିଏ ଇଂନିସ ୬୪ ରନରେ ବିଜୟ ହାସଲ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ