Masthead

ପୂରଣ ହେଲାଣି ‘ଏ++’ ଆଶା, ମିଳିଲା ‘ଏ’ ଗ୍ରେଡ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାନ୍ୟତା ହରାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ପୂରଣ ହେଲାଣି ଏ++ ଆଶା । ମିଳିଲା ଏ ଗ୍ରେଡ୍ । ନିରାଶ ହେଲେ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦବେଗ ଦେଖିବାକୁ ମିଳିଛି । ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇଥିଲା ଉତ୍କଳ। ଏଥର ୩.୧୬ ସ୍କୋର ସହ ‘ଏ’ ଗ୍ରେଡକୁ ଖସି ଆସିଛି । ଗତ ୭ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନୂଆ ନୂଆ କୋଠା ଛିଡ଼ା ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛାତ୍ରାବାସ, ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା ହୋଇଛି। କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ବିକାଶ ଖେଳ ପଡ଼ିଆ, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ପୃଦ୍ଧ ଆଲୁମିନି ରହିଛି।

ଏସବୁ ପରେ ବି ମାନ୍ୟତା ହରାଇଛି ଉତ୍କଳ । ନାକ୍‌ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି। ନାକ୍‌ ପ୍ରତିନିଧି ଦଳ ଏପ୍ରିଲ ୧୯ରୁ ୨୧ ଯାଏ କ୍ୟାମ୍ପସ ପରିଦର୍ଶନ କରିଥିଲେ। ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ ରାଜ୍ୟ ସରକାର ଓ ପ୍ରଶାସକଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଅହେତୁକ ହସ୍ତକ୍ଷେପ ସହ ଏକାଡେମିରେ ପ୍ରଶାସକ ନିଯୁକ୍ତ ହେବାପରେ ପାଠପଢା ବାତାବରଣ ନଷ୍ଟ ହୋଇଛି । ଯଦି ପ୍ରଶାସକଙ୍କ ହସ୍ତକ୍ଷେପ ନହଟେ ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରେଡିଂ ଆହୁରି ତଳକୁ ଖସିବ । ସେ କହିଛନ୍ତି ଏମିତି ଦିନ ଆସିବ ସରକାର କୁଳପତି ପଦବିରେ ପ୍ରଶାସକଙ୍କୁ ବସାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ