ପୂରଣ ହେଲାଣି ‘ଏ++’ ଆଶା, ମିଳିଲା ‘ଏ’ ଗ୍ରେଡ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାନ୍ୟତା ହରାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ପୂରଣ ହେଲାଣି ଏ++ ଆଶା । ମିଳିଲା ଏ ଗ୍ରେଡ୍ । ନିରାଶ ହେଲେ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦବେଗ ଦେଖିବାକୁ ମିଳିଛି । ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇଥିଲା ଉତ୍କଳ। ଏଥର ୩.୧୬ ସ୍କୋର ସହ ‘ଏ’ ଗ୍ରେଡକୁ ଖସି ଆସିଛି । ଗତ ୭ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନୂଆ ନୂଆ କୋଠା ଛିଡ଼ା ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛାତ୍ରାବାସ, ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା ହୋଇଛି। କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ବିକାଶ ଖେଳ ପଡ଼ିଆ, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ପୃଦ୍ଧ ଆଲୁମିନି ରହିଛି।

ଏସବୁ ପରେ ବି ମାନ୍ୟତା ହରାଇଛି ଉତ୍କଳ । ନାକ୍‌ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି। ନାକ୍‌ ପ୍ରତିନିଧି ଦଳ ଏପ୍ରିଲ ୧୯ରୁ ୨୧ ଯାଏ କ୍ୟାମ୍ପସ ପରିଦର୍ଶନ କରିଥିଲେ। ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ ରାଜ୍ୟ ସରକାର ଓ ପ୍ରଶାସକଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଅହେତୁକ ହସ୍ତକ୍ଷେପ ସହ ଏକାଡେମିରେ ପ୍ରଶାସକ ନିଯୁକ୍ତ ହେବାପରେ ପାଠପଢା ବାତାବରଣ ନଷ୍ଟ ହୋଇଛି । ଯଦି ପ୍ରଶାସକଙ୍କ ହସ୍ତକ୍ଷେପ ନହଟେ ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରେଡିଂ ଆହୁରି ତଳକୁ ଖସିବ । ସେ କହିଛନ୍ତି ଏମିତି ଦିନ ଆସିବ ସରକାର କୁଳପତି ପଦବିରେ ପ୍ରଶାସକଙ୍କୁ ବସାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ