Masthead

ଲଖିମପୁର ହିଂସାକାଣ୍ଡ, ୟୁପି ବିଜେପି ଅଧ୍ୟକ୍ଷଙ୍କ ସମାଲୋଚନା

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁରରେ ହୋଇଥିବା ହିଂସା ମାମଲାକୁ ନେଇ ୟୁପି ବିଜେପିରେ କନ୍ଦଳ ଆରମ୍ଭ ହୋଇଛି । ପ୍ରଥମରୁ ବରୁଣ ଗାନ୍ଧି ଏହାକୁ ସମାଲୋଚନା କରୁଥିବା ବେଳେ ଏବେ ୟୁପି ବିଜେପି ଅଧ୍ୟକ୍ଷ ମଧ୍ୟ ସମାଲୋଚନା କରୁଥିବା ଦେଖିବକାୁ ମିଳିଛି । ହିଂସା ମାମଲାରେ ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉପଦେଶ ଦେବା ଭଙ୍ଗିରେ କହିଛନ୍ତି କି ଗାଡ଼ି ମଡ଼ାଇ କାହାକୁ ହତ୍ୟା କରିବା ନେତା ଗିରି ନୁହେଁ ।

କୃଷକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବା ଅଭିଯୋରେ ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଦେଶ ଭରି ଏହି ଘଟଣାକୁ ନିନ୍ଦା କରାଯାଉଥିବା ବେଳେ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗତକାଲି ବାରଣାସୀରେ ପ୍ରିୟଙ୍କା ଗାନ୍ଧି ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି କଂଗ୍ରେସ ଏ ଲଢ଼େଇ ଜାରି ରଖିବ ।

ତେବେ ରବିବାର ଏକ ବୈଠକରେ ମନ୍ତ୍ରୀ ଏହାମଧ୍ୟ କହିଛନ୍ତି ଯେ, “ନେତାଗିରୀ କରିବାର ଉର୍ଦ୍ଦେଶ୍ୟ ନୁହେଁ କି କାହାକୁ ଲୁଟିବା କିମ୍ବା ଫରଚ୍ୟୁନର ଗାଡିରେ କାହାକୁ ହତ୍ୟା କରିବା,” ସେ ଆହୁରି କହିଥିଲେ କି ଆପଣଙ୍କ ବ୍ୟବହାରକୁ ନେଇ ଆପଣଙ୍କୁ ଭୋଟ ମିଳିବ ଓ ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠିକାର ଲୋକ ହିଁ ଆପଣଙ୍କ ବ୍ୟବହାରର ପ୍ରମାଣ ଦେବେ । ଯଦି ଆପଣ ଆପଣଙ୍କ ଘରୁ ଗାଡିରେ ବାହାରିବା ବେଳେ ଲୋକମାନେ ଭୟଭିତ ହୋଇ ଲୁଚୁଛନ୍ତି ତେବେ ଆପଣ କେବେ ବି ନେତା ହୋଇପାରିବେ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା