Masthead

ଜମ୍ମୁ-କଶ୍ମୀରରେ ବଡଧରଣର ଆତଙ୍କୀ ହମଲା, ୫ ଯବାନ ସହିଦ

(ବଡ଼ ଖବର ବ୍ୟୁରୋ):   ପୁଣିଥରେ ଜମ୍ମୁ-କଶ୍ମୀରରେ ଏକ ବଡଧରଣର ହମଲା ହୋଇଛି । ଆଜି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୫ଜଣ ଯବାନ ନିହତ ହୋଇଥିବା ଜଣାପଡିଛି । ଜମ୍ମୁ-କାଶ୍ମୀରର ପୁଞ୍ଜ ସେକ୍ଟରରେ ଏପରି ଘଟଣା ଘଟିଛି । ଏବେ ବି ସେଠାରେ ଏଭଳି ଆତଙ୍କୀ ହମଲା ଜାରି ରହିଛି । ହମଲା ସମୟରେ କେତେ ଜଣ ଯବାନ ନିହତ ହୋଇଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋର ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ । ଏହା ସହ ପୁଞ୍ଜିରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଜାନ ଆରମ୍ଭ ହୋଇଥିଲେ । ସେମାନଙ୍କ ଉପରକୁ ଆତଙ୍କବାଦୀ ଗୁଳିମାଡ କରିବା ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଗୁଳି ମାଡରେ ଜଣେ ଜେସିଓଙ୍କ ସମେତ ୫ଜଣ ଆହତ ହୋଇଥିଲେ । ପରେ ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା ହେଲେ ସମସ୍ତେ ସହିଦ ହୋଇଥିବା ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବାନ୍ଦିପୋର ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା । ନିହତ ଆତଙ୍କୀ ଜଣଙ୍କ ଇମତିଆଜ ଦାର । ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ଏହି ଆତଙ୍କୀ ହମଲାରେ ସେ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ