Masthead

ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ମେଡିସିନ

ବସ୍ତା(ବଡ଼ ଖବର ବ୍ୟୁରୋ): ପୋଡ଼ିଦେଲେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ । ସରକାରୀ ରୋଗୀ ମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଡାକ୍ତରଖାନାରେ ମହଜୁଦ ରଖାଯାଉଛି । ମାତ୍ର ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀ ଏହାକୁ ରୋଗୀ ମାନଙ୍କୁ ବିତରଣ ନକରି ରାତି ଅଧିଆ ସର୍ବସାଧାରଣ ସ୍ଥାନରେ ପୋଡ଼ି ଦେଉଥିବା ନଜରକୁ ଆସିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଦୂରରେ ମେଡିସିନ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ସେଥିରେ ବହୁ ଦାମି ଔଷଧ,କଫ ସିରାଫ , ଆଣ୍ଟିବାୟୋଟିକ ମେଡିସିନ,ଓଆରଏସ ପ୍ରଭୃତି ରହିଥିବା ଦେଖିବାକୁ ମିଳିଛି ।

ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବାର ଅନୁମାନ କରାଯାଉଛି। ତେବେ କିଏ କାହିଁକି ଏଠାରେ ମେଡିସିନ ପୋଡ଼ି ଥିଲା ଜଣା ପଡ଼ିନାହିଁ। ଖବର ପାଇବା ପରେ କିଛି ଡାକ୍ତରଖାନା କର୍ମଚାରୀ ପୋଡ଼ା ମେଡିସିନ ଗୁଡିକୁ ନେଇ ଯାଇଥିଲେ। ବର୍ତ୍ତମାନ ପ୍ରବଳ ଗରମ ସାଙ୍ଗକୁ ପାଗର ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ଜ୍ୱର ଭଳି ବିଭିନ୍ନ ପ୍ରକାରର ରୋଗ ହେଉଛି । ଏହା ସହିତ ଗରମ ଯୋଗୁଁ ଦେହର ଜଳିୟ ଅଂଶ କମୁଥିବା ରୁ ଡାକ୍ତର ଓଆରଏସ ପିଇବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ଏହି ଓଆରଏସ ଏବଂ ଥଣ୍ଡା ଜ୍ୱର ଭଳି ମେଡିସିନ ଡାକ୍ତରଖାନାରେ ମିଳୁନାହିଁ କିନ୍ତୁ ମେଡିସିନ ଏଣେତେଣେ ପୋଡ଼ା ଯାଉଛି । ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ବାଲେଶ୍ଵର ଜିଲ୍ଲା ମେଡ଼ିକାଲ ଅଫିସର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ