Masthead

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ, ନଭେମ୍ବର ୧୫ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟିମ୍ ଇଣ୍ଡିଆର ବଡ଼ ବିଜୟ । ବିଶ୍ବକପରେ ଲିଗ ମ୍ୟାଚରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଥିଲା ଦଳ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ।

ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟ୍‌ରେ ଏପର୍ଯ୍ୟନ୍ତ ଭାରତ ଅପରାଜିତ ରହିଛି। ସେ ସମସ୍ତ ୯ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛି। ଏହି ଲିଗ୍‌ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡକୁ ଭାରତ ପରାସ୍ତ କରିଛି। ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ୧୮ ପଏଣ୍ଟ ପାଇଛି। ସେ ଗ୍ରୁପ୍ ରାଉଣ୍ଡରେ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ