Masthead

କଂଗ୍ରେସରେ ଯୋଗଦେଲେ ଜଗଦୀଶ ଶେଟ୍ଟାର

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ନ ମିଳିବାରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଜଗଦୀଶ ଶେଟ୍ଟାର ଦଳରୁ ଇସ୍ତଫା ଦେଇ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଶେଟାର ରବିବାର ଭାଜପାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଆଲୋଚନା ହେଉଥିଲା ଯେ ଶେଟାର କଂଗ୍ରେସରେ ଯୋଗ ଦେଇପାରନ୍ତି। ଭାଜପାରୁ ଇସ୍ତଫା ଦେବାବେଳେ ଶେଟାର କହିଥିଲେ ସେ ହୃଦୟରୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର ନିଜର ଭବିଷ୍ୟତ ଯୋଜନାଗୁଡ଼ିକୁ ପ୍ରକାଶ କରିବେ ଏବଂ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଜଗଦୀଶ ଶେଟାରଙ୍କ ତରଫରୁ କୌଣସି ଦାବି କରାଯାଇ ନାହିଁ କିମ୍ବା ଆମେ ତାଙ୍କୁ କୌଣସି ପ୍ରତିଶ୍ରୁତି ଦେଇନାହୁଁ। କଂଗ୍ରେସରେ ଯୋଗଦେବା ପାଇଁ ସେମାନଙ୍କୁ ଦଳର ନୀତି ଗ୍ରହଣ କରିବାକୁ ପଡିବ ଏବଂ ଦଳର ନେତୃତ୍ୱକୁ ମଧ୍ୟ ଗ୍ରହଣ କରିବାକୁ ପଡିବ। ଆମେ ଚାହୁଁ ଏହି ଦେଶ ଏକଜୁଟ ରହୁ ଏବଂ କେବଳ କଂଗ୍ରେସ ତାହା କରିପାରିବ। ଶେଟାରଙ୍କୁ ଭାଜପା ପକ୍ଷରୁ ଟିକେଟ ଦିଆଯାଇ ନ ଥିଲା। ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । ଦଳ ଶେଟାରଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ରାଜି ହୋଇ ନ ଥିଲେ ଏବଂ ଶେଷରେ ଦଳରୁ ଇସ୍ତଫା ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ