Masthead

ଲାଲବାହିନୀର ବନ୍ଧୁକ ତିଆରି କାରଖାନା ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ଠାବ ହେଲା ଲାଲବାହିନୀର ବନ୍ଧୁକ ତିଆରି କାରଖାନାର ସାମଗ୍ରୀ । ତା’ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସ ବିଏସଏଫକୁ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ୨ ଟି ଗୁପ୍ତ ଅସ୍ତ୍ର ଲୁଚାଇବା ଜାଗାର ଠାବ କରିଛନ୍ତି ସୁରକ୍ଷା କର୍ମୀ । ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ଷ୍ଟେସନ ଆଲୁରକୋଟା ଗାଁ ନିକଟ ବେଜାଙ୍ଗିୱାଡ଼ା ଜଙ୍ଗଲରୁ ଏହି ଗୁପ୍ତ କ୍ୟାମ୍ପ ଠାବ ହୋଇଛି ।

ଘଂଚ ଜଙ୍ଗଲ ଓ ପଥର କନ୍ଦିରେ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିଲା । ତେବେ ବିଏସଏଫର ୧୪୨ ବାଟାଲିୟନ ଖାନତଲାସି କଲାବେଳେ ଏହାର ସନ୍ଧାନ ପାଇଥିଲେ । ଜବତ ବିସ୍ପୋରକ ସାମଗ୍ରୀ ମଧ୍ୟରେ ରହିଛି ଜିଲୋଟିନ ଷ୍ଟିକ ସହ ହ୍ୟାଣ୍ଡ ଗ୍ରେନେଡ଼, ଲେଦ୍ ମେସିନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏତେ ପରିମାଣର ବିସ୍ପୋରକ ସାମଗ୍ରୀ ମାଓବାଦୀ ଗଛିତ ରଖିଥିଲେ ବୋଲି ସୂଚନା ମିଳିଛି । ଯାହାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଂଚଳରେ ଅଧିକ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ