Masthead

ଲମ୍ବା ଯାତ୍ରାରେ ଲଲିତ

ମୁମ୍ବାଇ (ବଡ ଖବର ବ୍ୟୁରୋ): ସମଗ୍ର ଦେଶରେ କରୋନା ପାଇଁ ହାହାକାର । ଅଣନିଃଶ୍ୱାସୀ ହୋଇ ପଡିଛି ବିଶ୍ୱ । ଏହି ପ୍ରାଣହନ୍ତା କରୋନା ପାଇଁ ଅନେକ ନିଜ ପ୍ରାଣ ହାରୁଛନ୍ତି । ଗୋଟିଏ ପରେ ଗୋଟିଏ ବଲିଉଡ ସେଲିବ୍ରେଟି ମାନେ ଏହି କରୋନା ପାଇଁ ନିଜ ଜୀବନ ହାରୁଛନ୍ତି । ଏହାରି ଭିତରେ ଦିଗଜ ଅଭିନେତା ତଥା ଫିଲ୍ମ ନିର୍ମାତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ ହୋଇଛି । ଗତ ସପ୍ତାହରେ ୭୧ ବର୍ଷିୟ ଲଲିତ କୋଭିଡରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।କିନ୍ତୁ ଏହି ଲଢେଇରେ ସେ ହାରି ଯାଇଛନ୍ତି । ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଲଲିତ ବେହଲଙ୍କ ପୁଅ କାନୁ ବେହଲ ଏହି ସୂଚନା ଦେଇଛନ୍ତି ।

କାନୁ କହିଛନ୍ତି, ‘ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତ ହୋଇଥିଲା ଏବଂ ପରେ କୋଭିଡ ତାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା ଯାହା ଗୁରୁତର ଥିଲା । ଲଲିତ ବେହଲ ଦୁରଦର୍ଶନରେ ଟେଲିଫିଲ୍ମସ ସିରିଏଲ ‘ତାପିଶ’, ‘ଆତିଶ’ ଏବଂ ‘ସୁନହେରୀ ଜିଲ୍ଦ’ର ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ସିରିଏଲ ‘ଅଫସାନେ’ରେ ଅଭିନୟ କରିଥିଲେ । ନିକଟରେ ଲଲିତ ଫିଲ୍ମ ‘ତିତଲୀ’ ଏବଂ ‘ମୁକ୍ତି ଭବନ’ରେ ନଜର ଆସିଥିଲେ ।

ଲଲିତ ଆମାଜନ ପ୍ରାଇମ ଭିଡିଓରେ ୱେବ୍ ସିରିଜ୍ ‘ମେଡ୍ ଇନ୍ ହେଭେନ୍’ରେ ମଧ୍ୟ କାମ କରିଥିଲେ । ତାଙ୍କର ଫିଲ୍ମ ‘ଜଜମେଣ୍ଟାଲ୍ ହୈ କ୍ୟା’ ୨୦୧୯ ରେ ରିଲିଜ୍ ହୋଇଥିଲା । ଫିଲ୍ମ ‘ମୁକ୍ତି ଭବନ’ରେ ତାଙ୍କ ସହ କାମ କରିଥିବା ଅଭିନେତା ଆଦିଲ ହୁସେନ୍ ଟ୍ୱିଟରରେ ଶୋକ ବ୍ୟକ୍ତ କରିଛନ୍ତି । ଆଦିଲ ଲେଖିଛନ୍ତି, ‘ମୋର ପ୍ରିୟ ଲଲିତ ବେହଲଙ୍କର ଦେହାନ୍ତ ହୋଇଛି, ଯାହା ଅତ୍ୟନ୍ତ ଦୁଃଖ ଦାୟକ । ‘ମୁକ୍ତି ଭବନ’ରେ ସେ ଜଣେ ବାପାଙ୍କ ସର୍ବୋତ୍ତମ ଚରିତ୍ରରେ ଅଭିନୟ କରିଥିଲେ । ପୁଣି ଥରେ ଲାଗିଲା ଯେପରି ମୁଁ ମୋ ବାପାଙ୍କୁ ହରାଇଛି ।‘

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା