Masthead

ଲାଲୁଙ୍କ ପରିବାର ପାଖରେ ୬୦୦ କୋଟିର କଳାଧନ: ଇଡି

ପାଟନା (ବଡ଼ ଖବର ବ୍ୟୁରୋ): ଲାଲୁଙ୍କ ପରିବାର ପାଖରେ ୬୦୦ କୋଟିର କଳାଧନ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ନିକଟରେ ୬୦୦ କୋଟି ଟଙ୍କାର କଳାଧନ ରହିଥିବା ଇଡି ପକ୍ଷରୁ ଦାବି କରାଯାଇଛି । ଶନିବାର ଇଡି ଲାଲୁ ପ୍ରସାଦଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟଙ୍କ ବାସଭବନ ଓ କାର୍ୟ୍ୟାଳୟ ଉପରେ ଚଢ଼ଉ କରିଥିଲା । ମୋଟ୍‌ ୨୪ଟି ସ୍ଥାନରେ ଇଡି ତରଫରୁ ଚଢ଼ଉ କରାଯାଇଥିଲା । ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଓ ୩ ଝିଅଙ୍କ ବାସଭବନ ମଧ୍ୟ ଚଢାଉ କରିଥିଲା । ଚଢାଉ ସମୟରେ ୧ କୋଟି ଟଙ୍କା ଜବତ କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଳ ବିଭାଗରେ ଚାକିରି ପ୍ରଦାନ ପାଇଁ ବହୁ ଲୋକଙ୍କ ଠାରୁ ଖୁବକମ୍‌ ଟଙ୍କାରେ ଜମି ହାତେଇ ନେଇଥିଲେ। ଏସବୁ ଜମିର ବର୍ତ୍ତମାନ ମୂଲ୍ୟ ଶହଶହ କୋଟିରେ ପହଞ୍ଚିଛି। ଏସବୁ ଜମିରେ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ମଧ୍ୟ ଇଡି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏବଂ ନଗତ ୧ କୋଟି ଟଙ୍କା, ୧ହଜାର ୯୦୦ ଡଲାର, ୫୪୦ ଗ୍ରାମ୍‌ ସୁନା ଖଣ୍ଡ, ୧.୫ କିଲୋର ସୁନା ଅଳଙ୍କାର ସହ ଅନେକ କାଗଜପତ୍ର ଜବତ କରିଥିଲା ଇଡି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ