Masthead

ଲାଲୁଙ୍କ ଦୁଇ ପୁଅଙ୍କ ମଧ୍ୟରେ ଚାଲିଛି କ୍ଷମତା ଯୁଦ୍ଧ

(ବଡ଼ ଖବର ବ୍ୟୁରୋ): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଦୁଇପୁଅ ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ତୀବ୍ର ହେବାରେ ଲାଗିଛି କ୍ଷମତା ଯୁଦ୍ଧ । ଲାଲୁଙ୍କ ପରେ ତେଜସ୍ୱୀଙ୍କ ହାତରେ ଆରଜେଡିର ସବୁ କ୍ଷମତା ଥିବାରୁ ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି ବଡ଼ପୁଅ ତେଜ ପ୍ରତାପ। କ୍ଷମତା ଯୁଦ୍ଧ । ଲାଲୁଙ୍କ ଘରେ ଚାଲିଛି କ୍ଷମତା ଯୁଦ୍ଧ । ଗୋଟିଏ ପଟେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟ ପଟେ ବଡ଼ପୁଅ ତେଜପ୍ରତାପ । ଲାଲୁଙ୍କ ପରେ ତେଜସ୍ୱୀଙ୍କ ହାତରେ ଆରଜେଡିର ସବୁ କ୍ଷମତା ଥିବାରୁ ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି ବଡ଼ପୁଅ ତେଜ ପ୍ରତାପ।

ଦଳରେ ଅଣଦେଖାର ଶିକାର ହେଉଥିବା ଅନୁଭବ କରି ତେଜପ୍ରତାପ ଏବେ ନିଜର ସ୍ୱର ଶାଣିତ କରିଛନ୍ତି। ସେ ଖୋଲାଖୋଲି ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ଓ ତେଜସ୍ୱୀଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି। ତେଜ ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ତାଙ୍କୁ ତାଙ୍କର ଭାଇ ତେଜସ୍ୱୀଙ୍କ ସହ ଭେଟ କରିବାକୁ ଅନୁମତି ଦେଉନାହାନ୍ତି। ଏହି କାରଣରୁ ସେ ଭାଇ ସହ ଦଳର ଅନ୍ୟମାନଙ୍କ ଉପରେ ଖପ୍ପା ହୋଇଛନ୍ତି।

ଶୁକ୍ରବାର ତେଜ ୧୦ ସର୍କୁଲାର ରୋଡ୍‌ ସ୍ଥିତ ବଙ୍ଗଳାକୁ ଯାଇଥିଲେ। ଏଠାରେ ତାଙ୍କ ମା’ ରାବ୍ରୀ ଦେବୀ ଓ ତେଜସ୍ୱୀ ମଧ୍ୟ ରହୁଛନ୍ତି। ସେଠାରେ ରାବ୍ରୀ ଦେବୀଙ୍କ ସହ କଥା ହୋଇଥିବା ତେଜ ଏବେ ଲାଲୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ତେଜ ପ୍ରତାପ କହିଛନ୍ତି, ସଞ୍ଜୟ ଯାଦବ ଦୁଇ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ତେଜସ୍ୱୀଙ୍କୁ ଦେଖା କରିବାକୁ ବାରମ୍ବାର ଚେଷ୍ଟା ପରେ ମଧ୍ୟ ସମ୍ଭବ ହୋଇପାରୁନି। ଆମେ ଯେତେବେଳେ ବି ପୂର୍ବରୁ ଆଲୋଚନା କରୁଥିଲୁ ସେତେବେଳେ ସଞ୍ଜୟ ଏଥିରେ ହସ୍ତକ୍ଷେପ କରୁଥିଲେ। ସେ ତେଜସ୍ୱୀଙ୍କୁ ଅନ୍ୟତ୍ର ନେଇ ଚାଲି ଯାଉଥିଲେ। ମୋ ଭାଇ ସହ ମୋତେ ସେ କଥାବାର୍ତ୍ତା କରିବାକୁ ଦେଉନାହାନ୍ତି।

ଅନ୍ୟପକ୍ଷରେ ତେଜସ୍ୱୀ ଯାଦବ ଶନିବାର ଦିଲ୍ଲୀ ଯାଇଛନ୍ତି। ସେ ସେଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଥିବା ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ । ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ବିହାରର ସବୁ ଦଳର ନେତା ଭେଟିବେ। ତେଜସ୍ୱୀ ସର୍ବଦଳୀୟ ବୈଠକ ପରେ ଲାଲୁପ୍ରସାଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା