Masthead

କୋରାପୁଟ କଂଗ୍ରେସରେ କମ୍ପନ

ରାଜ୍ୟ ରାଜନୀତିରେ ହଲଚଲ । ଗୋଟିଏ ପରେ ଗୋଟିଏ ବୋମା ପକାଇ ଚାଲିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ବଡ଼ ଖବର ସହ ସାକ୍ଷାତକାର ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଉପରେ ସଂଗୀନ ଅଭିଯୋଗ ଲଗାଇଛନ୍ତି । କୋରାପୁଟ କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହ ନିରଂଜନଙ୍କ ବ୍ୟବହାର ଠିକ୍ ନ ଥିଲା ବୋଲି ଆରୋପ ଲଗାଇବାକୁ ପଛାଇନାହାନ୍ତି ତାରା ।

ତାରା ଏ କଥା ବି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ସହ ଫିକ୍ସିଂ କରୁଛନ୍ତି ବୋଲି ତାଙ୍କୁ ସାଂସଦ ସପ୍ତଗିରି କହିଛନ୍ତି । ଯାହାର ସେ ରେକର୍ଡ ରଖିଛନ୍ତି । ଏହା ସହ ଏଭଳି ଅନେକ ପ୍ରମାଣ ରଖିଛନ୍ତି, ଯାହାକୁ ବିଧାନସଭାରେ ଉପସ୍ଥାପିତ କରି ସେ ଦଳ ଛାଡ଼ି ଦେବାକୁ ପଛାଇବେ ନାହିଁ । ଦରକାର ହେଲେ ନୂଆ ଦଳ ଗଢି ଅବିଭକ୍ତ କୋରାପୁଟରେ ପ୍ରାର୍ଥୀ ଛିଡ଼ା କରିବେ ।

ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ବି ନିଜର ଅସନ୍ତୋଷ ଜାହିର କରିଛନ୍ତି । ବ୍ଲକ୍ ସଭାପତି ଚୟନରେ ଅନିୟମିତତା ହୋଇଥିବା କହିଛନ୍ତି। ଜୟପୁର ବିଧାୟକଙ୍କ ଲୋକପ୍ରିୟତାରେ ସପ୍ତଗିରି ଅସହିଷ୍ଣୁ ହେଉଥିବା ସେ ଅଭିଯୋଗ କରିଛନ୍ତି ।  ସେପଟେ ଏହି ପ୍ରସଙ୍ଗରେ ଏଯାଏ ନିରଂଜନ ପଟ୍ଟନାୟକ କିମ୍ବା ସପ୍ତଗିରି ଉଲ୍ଲାକା ମୁହଁ ଖୋଲିନାହାନ୍ତି । ତେବେ ଆଗକୁ କଂଗ୍ରେସ କଳି ଯେ ବେଶ୍ ରୋଚକ ହେବ ଜଣାପଡ଼ିସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା