Masthead

ଏସବୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୁହେଁ ତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କଲା ପରେ ପଞ୍ଜାବରେ ଦଳୀୟ କନ୍ଦଳ ସମାପ୍ତ ହୋଇଯାଇଥିବାର ଅନୁମାନ କରାଯାଉଥିଲା । ହେଲେ ଏହା କେବଳ ଅନୁମାନରେ ହିଁ ସୀମିତ ହୋଇରହିଯାଇଛି । ଦୀର୍ଘ ଦିନ ଧରି କ୍ୟାପଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କର ବାକ ଯୁଦ୍ଧ ଚାଲିଆସୁଥିଲା । ଉଭୟ ଏନେଇ ବାରମ୍ବାର କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି ପାଖକୁ ମଧ୍ୟ ଯାଉଥିବାର ଦେଖିବାକୁ ମିଳିଥିଲା । ଶେଷରେ କ୍ୟାପଟେନ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ହୋଇଉଠିଥିଲା । କିଏ ଏହାକୁ ଆସନ୍ତା ନିର୍ବାଚନର ରଣନୀତି କହୁଥିବା ବେଳେ ଆଉ କିଏ ଏହା ସିଦ୍ଧୁଙ୍କ ବିଜୟ ବୋଲି କହୁଥିଲେ ।

ହେଲେ କଂଗ୍ରେସ ଅଧ୍ୟକ୍ଷ ସତ୍ୟକୁ ଭରସା କରିବା ପରିବର୍ତ୍ତେ ପ୍ରପୋଗେଣ୍ଡାକୁ ବିଶ୍ୱାସ କରିଛନ୍ତି ବୋଲି କ୍ୟାପଟେନ କହିଥିଲେ । ଏହା ସହ ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ କ୍ୟାପଟେନ ଏହାକୁ ବିରୋଧ କରିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ଅପରିପକ୍ଷରେ କ୍ୟାପଟେନଙ୍କ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନେତାଙ୍କ ନାମ ସାମ୍ନାକୁ ଆସିଥିଲା । ଏଥିରେ ସିଦ୍ଧୁଙ୍କ ନାମ ମଧ୍ୟ ସାମିଲ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାମ ନଥାଇ ମଧ୍ୟ ଚରଣଜିତ ସିଂହଙ୍କୁ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା । ଦଳର ଏହି ଘୋଷଣାକୁ ସିଦ୍ଧୁ ସମର୍ଥନ ମଧ୍ୟ କରିଥିଲେ । ହେଲେ ମନରେ ମୁଖ୍ୟମନ୍ତ୍ରୀ ହେବାର ଆଶା ସିଦ୍ଧୁଙ୍କର ମଉଳିଯାଇଥିଲା । କାହିଁକିନା ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ବୈଠକ ପରେ ତାଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଘୋଷଣା କରାଯାଇଥିଲା । ଏହାର ଠିକ କିଛିଦିନ ପରେ କ୍ୟାପଟେନ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଦଳ ଏହାର ବିପରୀତ କରିଥିଲା । ଏହା ମଧ୍ୟରେ ସିଦ୍ଧୁଙ୍କ ଇସ୍ତଫା ଦେବାର କଥା ସାମ୍ନାକୁ ଆସିଛି । ଯାହାଫଳରେ ପୁଣିଥରେ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ବଢୁଥିବାର ବାରି ହୋଇଯାଉଛି । ଏଇଠି ପ୍ରଶ୍ନ ଉଠୁଛି ସିଦ୍ଧୁ କାହିଁକି ଇସ୍ତଫା ଦେଇଛନ୍ତି ? ବାରମ୍ବାର ସୋନିଆଙ୍କ ସହ ତାଙ୍କର ଭଲ ପଡ଼ୁଥିବାର କଥା ସାମ୍ନାକୁ ଆସିଥାଏ । ଏପରିକି କ୍ୟାପେଟନ ଇସ୍ତଫା ଦେବା ପରେ ମଧ୍ୟ ସମାନ କଥା କହିଥିଲେ ।

ହେଲେ ହଠାତ ସିଦ୍ଧୁଙ୍କ ଇସ୍ତଫା ଦେବା କଥାକୁ ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାର ଅନୁମାନ କରାଯାଉଛି । ନା କଂଗ୍ରେସ ଛାଡ଼ି ଅନ୍ୟଦଳରେ ମିଶି ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧୁ ଲଢିବେ କି? ଏପରି ଅନେକ ପ୍ରଶ୍ନ ତାଙ୍କର ଇସ୍ତଫା ଦେବା ପରେ ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏହା ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧୁ ଏପରି କରୁଛନ୍ତି ନା କ୍ୟାପଟେନଙ୍କ ପରେ ବର୍ତ୍ତମାନ ଚନ୍ନୀଙ୍କ ସହ ତାଙ୍କର ଅସନ୍ତୋଷ ଦେଖାଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’