Masthead

“ପ୍ରେମ ବୁଝେନି ଭାଷା”

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଆଖିରେ ଆଖି ମିଶିଲା । ଆଉ ମନରେ ମନ । ଆରମ୍ଭ ହେଲା ପ୍ରେମ । ନିଶବ୍ଦ ପ୍ରେମ । ପ୍ରଥମେ ଠରାଠରି । ପରେ ଇସାରା ଇସାରାରେ କଥାବାର୍ତ୍ତା । ପରେ ବାହାଘର । ଆଜି ଦୁଇମନ ଏକାଠି ହୋଇଛି । ପଡିଛି ହାତଗଣ୍ଠି । ନିଆରା ବାହାଘର । ବର ଆଉ କନିଆଁ କଥାକହି ପାରନ୍ତି ନାହିଁ । ଦୁଇଜଣ ପିଲାଟି ବେଳୁ ମୂକ । ମନର ମାନସୀ ଆଜି ପ୍ରାଣପ୍ରିୟା, ଅର୍ଧ୍ୟାଙ୍ଗିନୀ । ସାତ ଜନ୍ମର ସାଥି ହେବାକୁ ଦୁହେଁ ଦୁହିଁଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି ।

କେହି କାହାକୁ କିଛି କହି ନାହାନ୍ତି, ଇସାରା ଇସାରାରେ ଦିଆନିଆ ପ୍ରତିଶୁତି । ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବଟଗ୍ରାମର । ବଟଗ୍ରାମର ନିଶିକାନ୍ତ ଦାସଙ୍କ ପୁଅ ଗୌତମ ଓ ବୌଦ୍ଧ ଜିଲ୍ଲା ବଡା ଗାଁର ଗିତାଞ୍ଜଳିଙ୍କ ବାହାଘରର ଦୃଶ୍ୟ । ବନ୍ଧୁ ବାନ୍ଧବ ମଧ୍ୟ ଖୁସିରେ ମସଗୁଲ । ଜଣେ ଦିବ୍ୟାଙ୍ଗ ଆଉ ଜଣେ ଦିବ୍ୟାଙ୍ଗଙ୍କ ମଥାରେ ପିନ୍ଧାଇଛି ସିନ୍ଦୁର । ଆଉ ଉଭୟ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଜୀବନ, ନୂଆ ଇନିଂସ ।

ଜଟଣୀ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢୁଥିଲେ ଗୌତମ । ସେଠାରେ ମଧ୍ୟ ପଢୁଥିଲେ ଗିତାଞ୍ଜଳି । ସେଠାରେ ପଡିଥିଲା ପ୍ରେମର ମୁଳଦୁଆ । କେହି କାହା ସହିତ କଥା ହେଇ ପାରୁନଥିଲେ । କିନ୍ତୁ ମିଶିଥିଲା ମନ । ଠରା ଠରିରେ ଦୁହେଁ ଦୁହିଁଙ୍କୁ ବିକିଦେଇଥିଲେ ମନ । ନିଶବ୍ଦରେ ବିକି ଦେଇଥିଲେ ମନ । ସେମାନଙ୍କ ମନର କଥାକୁ ଦୁଇ ପରିବାର ବେଶ୍ ବୁଝିଥିଲେ । ପ୍ରେମ ଶାଶ୍ୱତ । ଏହାକୁ ବାସ୍ତବ ରୂପ ଦେଇଛନ୍ତି ଦିବ୍ୟାଙ୍ଗ ପ୍ରେମୀଯୁଗଳ । ସାତ ଜନମର ସାଥୀ ହୋଇ ସମାଜ ପାଇଁ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ