ଲୋକେ ପିଉଛନ୍ତି ମଇଳା ପାଣି

ବୈପାରିଗୁଡ଼ା, (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ସ୍ୱଚ୍ଛ ପାଣି ଯୋଗାଇ ଦେବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ବାସ୍ତବରେ ଲୋକେ କିନ୍ତୁ ପିଉଛନ୍ତି ଦୂଷିତ ପାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ । ବୈପାରିଗୁଡ଼ା ପଞ୍ଚାୟତର ୬ଟି ୱାର୍ଡକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଓଭରହେଡ୍ ଟାଙ୍କି । ସହିଦ ଲକ୍ଷ୍ମଣ ନାୟକ ପାଠାଗର ନିକଟରେ ଥିବା ଏହି ପାଣିଟାଙ୍କିର ଅବସ୍ଥା ନ କହିବା ଭଲ । ଲଟାବୁଦାରେ ପାଣିଟାଙ୍କିର ଚିତ୍ର ଲିଭିବାକୁ ବସିଲାଣି । ଏତିକି ନୁହେଁ, ଠିକାଦାରଙ୍କ ଖାମଖିଆଲ ମନୋଭାବ ଯୋଗୁ ୩ଟି ୱାର୍ଡର ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବୈପାରିଗୁଡ଼ାର ୬ ୱାର୍ଡକୁ ପିଇବା ପାଣି ଯୋଗାଇ ଦେବା ପାଇଁ ବିଛାଯାଇଥିବା ପାଇପ ଉପରେ ପ୍ଲେଟ ପଡ଼ି ନ ଥିବାରୁ ପାଇପରେ ପଶୁଛି ଡ୍ରେନର ମାଇଳା ପାଣି । ଏନେଇ ଜଳ ଯୋଗାଣ ଓ ପରିମଳ ବିବାଗ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଠିକାଦାରଙ୍କ ଖାମଖିଆଲ ମନୋଭାବ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଇଛନ୍ତି ୱାର୍ଡବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!