Masthead

ନୂଆ ରୂପ ପାଇବ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ରୂପ ପାଇବ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ । ରୂପାନ୍ତର ପାଇଁ ଖର୍ଚ୍ଚ ହେବ ୧୫ କୋଟି ୫୮ ଲକ୍ଷ । ଶୈବପୀଠ ର ସୌନ୍ଦର୍ୟ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ଲାଗି କରାଯିବ ବିକାଶ । ରୂପାନ୍ତର ପାଇଁ ରାଜ୍ୟ ସରକାର କରିବେ ଖର୍ଚ୍ଚ ।ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ଯେଉଁଠି ରାଜ୍ୟ ଓ ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମେ । ଦୀର୍ଘ ବର୍ଷ ପରେ ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ବିକାଶ । ମନ୍ଦିରର ପାରିପାର୍ଶ୍ବିକବିକାଶ ଓ ସୌନ୍ଦର୍ଜୀକରଣ ପାଇଁ ରାଜ୍ୟ ସରକାର ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣା ପଡିଛି । ସେପଟେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବିକାଶର ମାଷ୍ଟର ପ୍ଲାନ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ ଯାଇଛି। ପଞ୍ଚଲିଙ୍ଗେଶ୍ୱର ପୁରା ମନ୍ଦିରର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ । ପୂଜାର୍ଚ୍ଚନା ସ୍ଥାନର ପରିବର୍ତ୍ତନ କରାଯାଇ ଅଧିକ  ସୌନ୍ଦର୍ଜୀକରଣ କରାଯିବା ସହ ମନ୍ଦିରର ପାର୍ଶ୍ଵବର୍ତ୍ତୀ ଯାଗା ଭିତରେ ସପିଂ କମ୍ପ୍ଲେକ୍ସ , ପାର୍କ , ଗାଡି ପାର୍କିଂ ପିକ୍ନିକ୍ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବା ସହ, ଏଠାରେ ଫୁଡକୋର୍ଟ, ଜଳକ୍ରୀଡା ଇତ୍ୟାଦି ନିର୍ମାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି