ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ): ଜୀବନ ହାରିଲେ ପୂର୍ବତନ ଉପବାଚସ୍ପତି ! ପାର୍ଟି ଅଫିସରେ ମିଳିଲା ଝୁଲନ୍ତା ମୃତଦେହ । ମମତା ସରକାରରେ ପଶ୍ଚିମବଙ୍ଗ ବିଧାନସଭର ପୂର୍ବତନ ଡେପୁଟି ସ୍ପିକର ତଥା ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବୀରଭୂମ ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୁଲିସ କହିଛି ।
ସେ ଜୀବନ ହାରିଥିବା ଅନୁମାନ କରାଯାଉଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ସୁଇସାଇଟ୍ ନୋଟ୍ ଜବତ ହୋଇଛି । ୟୁନିଭର୍ସିଟି ଛାତ୍ର ସଂଘ ମହାସଚିବ ଭାବେ ମୁଁ ଦୁର୍ନୀତି କରିନାହିଁ । ସୁଇସାଇଟ୍ ନୋଟକୁ ଏକ୍ସରେ ସେୟାର କରିଛନ୍ତି ଟିଏମସି ପ୍ରବକ୍ତା ନିଲଞ୍ଜନ ଦାସ । ବୀରଭୂମ ପୁଲିସ ଏହି ମାମଲାର ତଦନ୍ତ କରୁଛି । ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଆଶିଷ ବାନାର୍ଜୀ ବିଧାନସଭାର ଉପବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ ବୀରଭୂମର ରାମପୁରହାଟର ୱାର୍ଡ ନମ୍ବର ୫ ହତ୍ତଲପାରାରେ ରହୁଥିଲେ। ଦଳୀୟ କାର୍ଯ୍ୟାଳୟ ତାଙ୍କ ଘର ପାଖରେ ଅବସ୍ଥିତ । ଆଜି ସକାଳେ ତାଙ୍କ ମୃତଦେହ ସେଠାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।
