Masthead

ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଶେଷ ରଜ ଉତ୍ସବ। ଆଜି ଭୂମି ଦହନ, ସୋମବାର ବସୁମତୀ ସ୍ନାନ ହେବେ। ଶେଷ ରଜକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ଓଡିଶାବାସୀ। ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠୁଛି। ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା, ମିଠା, ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଛି । ବିଦେଶରେ ରହି ବି ଓଡ଼ିଆ ଭୁଲି ନାହାଁନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ ।

ସୁଦୂର ବାହାରିନ ଓ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ବେଶ ଆଡ଼ମ୍ବରର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ବାହାରିନ ରାଜଧାନୀ ମାନାମା ଠାରେ ଓଡ଼ିଆ ସମାଜ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି । ବହୁ ସଂଖ୍ୟାରେ କୁଆଁରୀ ଝିଅ ଓ ମହିଳା ମାନେ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗନେବା ସହ ରଜ ପର୍ବକୁ ମନଭରି ଉପଭୋଗ କରିଛନ୍ତି । ସେପେଟେ ଅଷ୍ଟ୍ରେଲିଆର ସିଡ଼ନରେ ମଧ୍ୟ ପ୍ରବାସୀ ଓଡ଼ିଆ ମାନେ ରଜ ଉତ୍ସବ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ