Masthead

ଗୁଳି ମାଡ଼ରେ ବରଦାର ଆହତ

କାବୁଲ (ବଡ଼ ଖବର ବ୍ୟୁରୋ):  ଆଫଗାନିସ୍ତାନରେ ସତ୍ତାକୁ ନେଇ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍ୱାର୍କ ମଧ୍ୟରେ ଗୁଳିମାଡ ଆରମ୍ଭ ହୋଇଯାଇଛି । ଏହି ଗୁଳିମାଡରେ ଆହତ ହୋଇଛନ୍ତି ତାଲିବାନ ସଂଗଠନର ମୁଖ୍ୟ ମୁଲ୍ଲା ଅବଦୁଲ୍ଲ ବରଦାର । ସୂଚନା ଅନୁଯାୟୀ ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ସେଠାରେ ମନମୁଖି ଶାସନ ଚଲାଇବା ଆରମ୍ଭ କରିଛି । ହେଲେ ଏ ଯାଏଁ ସରକାର ଗଠନ କରିନାହିଁ । 

ହକ୍କାନୀ ନେଟୱାର୍କ ତାଲିବାନୀ ଆତଙ୍କବାଦୀଙ୍କ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ଲ ଘନି ବରଦାର ଚାହୁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ । କିନ୍ତୁ ତାଲିବାନର ଡେପୁଟି ନେତା ସିରାଉଦ୍ଦିନ ଏବଂ ତାଙ୍କର ସନ୍ତ୍ରାସବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁନାହାନ୍ତି ।

ଏହାକୁ ନେଇ ଦୁଇ ଆତଙ୍କବାଦୀ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଛି । ତେବେ ଉଭୟଙ୍କ ମଧ୍ୟରେ ଗୁଳିମାଡ ବି ହୋଇଛି । ସେପଟେ ଉଭୟଙ୍କ ସଘଂର୍ଷ ନିଆଁରେ ଘିଅ ଢାଳୁଛି ପାକିସ୍ତାନ । ପାକିସ୍ତାନର ଗୁପ୍ତ ଏଜେନ୍ସି ଆଇଏସ୍ଆଇର ପ୍ରମୁଖ ଜେନେରାଲ ଫେଜ ହମିଦ ବର୍ତ୍ତମାନ କାବୁଲରେ ଅଛନ୍ତି । ଦୁଇ ଦଳ ମଧ୍ୟରେ ସମାଧାନ କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଢିପାରିବେ ସେଥିପାଇଁ ସେ ଚେଷ୍ଟା ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ