Masthead

ଭୂମିହୀନଙ୍କୁ ପଟ୍ଟା ଦିଅ – ବିଜେପି

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅଧୀନରେ ବସବାସ କରୁଥିବା ଗରିବ ଓ ଆଦିବାସୀମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ସୁକିନ୍ଦା ବିଜେପି ପକ୍ଷରୁ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଯେଉଁମାନେ ଶାସକ ଦଳ ସହ ଅଛନ୍ତି ବା ବିଧାୟକଙ୍କ ଲୋକ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି। ବିଜେପି କିମ୍ବା ଅନ୍ୟ ଦଳର ସମର୍ଥନ କରୁଥିବା ସାଧାରଣ ଲୋକଟିକୁ ପଟ୍ଟା ଖଣ୍ତେ ମିଳି ପାରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି। ସ୍ଥାନୀୟ ବିଧାୟକ ପ୍ରଶାସନକୁ ହାତବାରିସି କରି ରାଜନୈତିକ ଫାଇଦା ନେବାରେ ଲାଗିଛନ୍ତି। ପଟ୍ଟା ନ ଥାଇ ମଧ୍ୟ ଶାସକ ଦଳର ସମର୍ଥକଙ୍କୁ ପକ୍କା ଘର ମିଳୁଛି, ମାତ୍ର ବିଜେଡି ବିରୋଧୀ ସମର୍ଥକଙ୍କ ଘର ମଞ୍ଜୁର ହୋଇଥିଲେ ଏବଂ ତାଙ୍କର ପଟ୍ଟା ନ ଥିଲେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି କିଛି ଅଭିଯୋଗ ନେଇ ମଙ୍ଗଳବାର ସୁକିନ୍ଦା ବିଜେପିର ଶହ ଶହ କର୍ମୀ ସୁକିନ୍ଦା ତହସିଲ କାର୍ଯ୍ୟାଳୟ ଘେରଉ କରି ତହସିଲଦାର ବୁଲବୁଲ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ କହିଲେ, ସେଭଳି କିଛି ବେଆଇନ କାର୍ଯ୍ୟ ହୋଇଥିବା ନଜରକୁ ଆସିନାହିଁ। ଅଭିଯୋଗର ତଦନ୍ତ କରାଯିବ, ସତ୍ୟତା ଥିଲେ ଖୁବଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ବେହେରା କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ