ବଲିଉଡ ଷ୍ଟାର ଅମୀରଙ୍କୁ ଲିଗାଲ ନୋଟିସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଅଡ଼ୁଆରେ ବଲିଉଡ ଷ୍ଟାର। ବଲିଉଡର ଜଣାଶୁଣା ଷ୍ଟାର ଆମୀର ଖାନଙ୍କୁ ପଠା ଯାଇଛି ଲିଗାଲ ନୋଟିସ । ତାଙ୍କ ସହ ଆଉ ୪ ଜଣଙ୍କୁ ମଧ୍ୟ କୋର୍ଟ ଫଠାଇଲେ ଲିଗାଲ ନୋଟିସ। ସେ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିଥିବା ଅଭିଯୋଗରେ କୋର୍ଟ ନୋଟିସ ପଠାଇଛନ୍ତି । ୨୦୧୮ ଦୀପାବଳି ଅବସରରେ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ ରିଲିଜ ହୋଇଥିଲା। ତେବେ ରିଲିଜ ହେବା ପୂର୍ବରୁ ଏହି ଫିଲ୍ମଟି ବହୁତ ଚର୍ଚ୍ଚାରେ ଥିଲା।

ଏହି ଫିଲ୍ମଟି ହଲିଉଡ ଫିଲ୍ମ ‘ପାଇରଟସ୍ ଅଫ ଦ କରେବିଆନଦରୁ କପି କରାଯାଇଥିବାବେଳେ ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳ ହୋଇପାରିନଥିଲା। ଏହି ଫିଲ୍ମଟି ମହ୍ଲା ସମ୍ପ୍ରଦାୟର ଲୋକଙ୍କ ଉପରେ ଆଧାରିତ ଥିଲା । ଦର୍ଶକମାନେ ଏହି ଫିଲ୍ମକୁ ନେଇ ନିରାଶ ହେବା ସହିତ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଆଘାତ ଦେଇଥିଲା।

ଏହି ଫିଲ୍ମରେ ମହ୍ଲା ସମ୍ପ୍ରଦାୟର ଲୋକଙ୍କୁ ଅପମାନ କରିବା ସହ ଠକ ଏବଂ ଫିରଙ୍ଗି ବୋଲି ଶବ୍ଦ ବ୍ୟବହାର କରାଯାଇଥିଲା । ଯାହାକୁ ନେଇ ଜୌନପୁରରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମଙ୍ଗଳବାର କୋର୍ଟ ପୁନଃନିରୀକ୍ଷଣ ଆବେଦନ ଉପରେ ଶୁଣାଣି କରି ଆମୀର ଖାନଙ୍କ ସମେତ ୪ ଜଣଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଏପ୍ରିଲ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାକୁ ନେଇ ତାଙ୍କର ଅଡୁଆ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ