Masthead

ଲେଖାଶ୍ରୀଙ୍କ ବିବାଦୀୟ ବୟାନ, ତାତିଲା ସତ୍ୟବାଦୀ ବିଜେଡି

ସତ୍ୟବାଦୀ (ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀକୁ ନେଇ ଦେଇଥିବା ବିବାଦୀୟ ବୟାନରେ ଛନ୍ଦି ହୋଇଛନ୍ତି ବିଜେପି ନେତ୍ରୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସତ୍ୟବାଦୀ ବିଜେଡି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ସୋମବାର ରାତିରେ ସତ୍ୟବାଦୀ ବିଜେଡି ପକ୍ଷରୁ ସାକ୍ଷୀଗୋପାଳଠାରେ ଲେଖାଶ୍ରୀଙ୍କ ପୋଷ୍ଟର ଜାଳି ବିକ୍ଷୋଭ ପଦର୍ଶନ କରାଯାଇଛି। ଲେଖାଶ୍ରୀ ତୁରନ୍ତ ତାଙ୍କ ବୟାନ ଫେରାଇ ନେଇ ସର୍ବସମ୍ମୁଖରେ ଭୁଲ ମଗାନ୍ତୁ ବୋଲି ବିଜେଡି ଦାବି କରିଛି। ସୂଚନାଯୋଗ୍ୟ, ଲେଖାଶ୍ରୀ ଏକ ସଭାରେ କହିଥିଲେ ଯେ ପୁରୀକୁ ଦେଶରେ କେହି ଜାଣନ୍ତି ନାହିଁ। ପୁରୀ କଲିକତାରେ ବୋଲି ଅନେକ ଲୋକ ଭାବନ୍ତି।ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପରେ ପୁରୀ ଆଜି ସାରା ଭାରତବର୍ଷରେ ପରିଚିତ ହୋଇଛି ବୋଲି ଲେଖାଶ୍ରୀ କହିଥିଲେ। ଲେଖାଶ୍ରୀଙ୍କ ଏଭଳି ବୟାନ ଜଗନ୍ନାଥପ୍ରେମୀଙ୍କୁ କଠୋର ଆଘାତ ଦେଇଛି। ପୂର୍ବରୁ ଏଭଳି ବହୁ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ଲେଖାଶ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା