Masthead

୫୫ ବର୍ଷ ତଳେ ଆଜିର ଦିନରେ..

ବଡ଼ଖବର: ଇନ୍ଦିରା ଗାନ୍ଧୀ । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ୫୫ ବର୍ଷ ତଳେ ଆଜିର ଦିନରେ ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ୧୯୬୬ ମସିହା ଜାନୁଆରୀ ୧୯ ତାରିଖ । ଭାରତର ରାଜନୈତିକ ଇତିହାସରେ ଏଇ ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । କାହିଁକିନା ସେହି ଦିନରୁ ଭାରତରେ ଆରମ୍ଭ ହୋଇଥିଲା ଇନ୍ଦିରା ଯୁଗ । ଇନ୍ଦିରା ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏଭଳି କିଛି ପଦକ୍ଷେପ ନେଇଛନ୍ତି । ଯାହା ପାଇଁ ସେ ପ୍ରଶଂସା ସାଉଁଟିବା ସହ ବିବାଦୀୟ ମଧ୍ୟ ହୋଇଛନ୍ତି । ତାସକେଣ୍ଟରେ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ କିଏ ଦେଶର ପ୍ରଧାନମନ୍ତ୍ରୀ ହେବେ, ତାକୁ ନେଇ ଅନେକ ଟଣାଓଟରା ହୋଇଥିଲା । ଆଶାୟୀ ତାଲିକାରେ ଆଗରେ ଥିଲେ ମୋରାରଜୀ ଦେଶାଇ । କିନ୍ତୁ କେ. କାମରାଜଙ୍କ ଗୋଟି ଚାଳନା ପାଇଁ ଗାଦି ସମ୍ଭାଳିଥିଲେ ଇନ୍ଦିରା । ତାଙ୍କ ସମୟରେ ୧୯୭୧ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ୧୯୭୫ରେ ଦେଶରେ ଜାରି ହୋଇଥିଲା ଏମର୍ଜିନ୍ସି । ୧୯୮୪ରେ ଅଙ୍ଗରକ୍ଷକଙ୍କ ଗୁଳିରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରେ ଏଯାବତ ଅନ୍ୟ କୌଣସି ମହିଳା ଭାରତର ପ୍ରଧାନମନ୍ତ୍ରୀ ହୋଇପାରିନାହାନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ଝିଅ ହେଉଛନ୍ତି ଇନ୍ଦିରା ଗାନ୍ଧୀ । ଭାରତ ଇତିହାସରେ ତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଆଜି ବି ତାଙ୍କ ସାହସିକତାକୁ ଦେଶ ମନେ ପକାଏ । ସେ ଆଇରନ ଲେଡି ଭାବେ ପରିଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା