ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭେଟେରାନ୍ସ କ୍ଲବ୍ ଓଡ଼ିଶା, ଭାରତୀୟ ସେନାବାହିନୀରୁ ସେବାନିବୃତ୍ତ ଉତ୍ସାହୀ ଦେଶ ମାତୃକା ପାଇଁ ସମର୍ପିତ ସଦସ୍ୟଗଣ ଏକ ସକରାତ୍ମକ ପ୍ରସ୍ତାବ ସହ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛୁ ଯେଉଁଥରେ ଦେଶର ଏକ ବୃହତ୍ ରାଜସ୍ଵ ଭାଗ ଅଯଥା ନଷ୍ଟ ହେବାରୁ ବଞ୍ଚିଯିବା ସହ ଦେଶର ସର୍ବାଧିଣକ ମତଦାତା ପ୍ରଚଳିତ ଗଣତାନ୍ତ୍ରିକ ପଦ୍ଧତିରେ ଭାଗ ନେଇପାରିବେ । ଆମ ଦେଶର ପ୍ରାୟ ୧୦୦ କୋଟି ମତଦାତା ଆଗାମୀ ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ ସାବ୍ୟସ୍ତ କରିବାକୁ ଯିବେ । ଗତ ତିନିଟି ନିର୍ବାଚନରେ ଆମେ ବ୍ୟାଲେଟ ବ୍ୟବସ୍ଥାରୁ ବାହାରି ଇଭିଏମ ବ୍ୟବସ୍ଥା ଆପଣେଇଛୁ ।
ଅନେକ ସମାଲୋଚନା ମଧ୍ୟରେ ଏହି ପ୍ରକ୍ରିୟାକୁ ନିର୍ବାଚନ ଆୟୁକ୍ତ ସୁଚାରୁ ରୂପେ ଚଳାଇଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ସ୍ଵଚ୍ଛ, ସହଜ ଓ ଲୋକାଭିମୁଖୀ କରିବା ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରନ୍ତି । ଇିଭିଏମର ଯାଞ୍ଚ କରାଯାଇ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଶିକ୍ଷଣ ସହ ମତଦାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ଇଭିଏମ ଗୁଡ଼ିକର ସୂଚାରୁ ପରିବହନ ସହ ସଂରକ୍ଷଣ, ବୈଷୟିକ ତାଲିମପ୍ରାପ୍ତଙ୍କୁ ସାଙ୍ଗରେ ଧରି ଯିବା, ଏକ ବିଶାଳ ସଂଖ୍ୟାରେ ନିର୍ବାଚନ ବୁଥ ଅଧିକାରୀମାନଙ୍କୁ ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟକ ବୁଥ ସ୍ତରୀୟ ନିୟୋଜନ, ସେମାନଙ୍କର ସୁରକ୍ଷା ସହ ଅବାଧ ନିର୍ବାଚନ ପାଇଁ ଆଖôଦୃଶିଆ ସଂଖ୍ୟାରେ ପୋଲିସ୍ ମୃତୟନ ଆଦିକୁ ବିଚାରକୁ ନେଲେ ଏହି ପ୍ରକ୍ରିୟା ଏକ ଆଭ୍ୟନ୍ତରୀଣ ଯୁଦ୍ଧଠାରୁ କମ୍ ନୁହେଁ ।
ଯଦି ଆମେ ସେଣ୍ଟର୍ ଫର୍ ମିଡିଆ ଷ୍ଟଡିଜ୍ ତଥ୍ୟକୁ ଆଧାରକୁ ବିଶ୍ଵାସ କରୁ ତେବେ ଗତ ନିର୍ବାଚନରେ ପ୍ରାୟ ୫୫,୦୦୦ /- କୋଟି ଟଙ୍କାର ଅର୍ଥ ବ୍ୟୟ କରାଯାଇଥିଲା । ତଥାପି ଏଣ୍ଡ୍ରେ ବୁଥ୍ ଅକ୍ତିଆର କରିନେବା, ଇଭିଏମ ଉଠେଇ ନେବା, ଇଭିଏମ ଏପଟ ସେପଟ କରିଦେବା, ରାଜନୈତିକ ଗୋଷ୍ଠୀ ସଂଘର୍ଷ ଭଳି ସମସ୍ୟା ପ୍ରତିଥର ସାମ୍ନାକୁ ଆସେ । ଏଭଳି ଏକ ଜଟିଳ ରାଷ୍ଟ୍ରୀୟ ସମସ୍ୟା ଉପରେ ଗମ୍ଭୀର ଆଲୋଚନା ସମୟରେ ଭେଟେରାନ୍ସ କ୍ଳବ୍ ଓଡ଼ିଶାର ସଦସ୍ୟମାନେ ଏକ ସରଳ ସମାଧାନ ସହ ସାମ୍ନାକୁ ଆସିଲେ । ଯଦି ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍କୁ ଇଭିଏମ ବଦଳରେ ବ୍ୟବହାରରେ ଅଣାଯାଏ ତେବେ ଦେଶର ହଜାର ହଜାର କୋଟି ଟଙ୍କାର ରାଜସ୍ଵ ବଞ୍ଚିଯିବା ସହ ଅନେକ ସମସ୍ୟାର ସମାଧାନ ହୋଇଯିବ । ଏକ ସରଳ ସହଜ ଅବାଧ ନିର୍ବାଚନକୁ ଆମେ ଅନୁଭବ କରି ପାରିବା । ଏଥପାଇଁ ନିମ୍ନୋକ୍ତ ତଥ୍ୟ ଓ ପ୍ରସ୍ତାବ ଉପରେ ଧ୍ୟାନ ଦେବାକୁ ହେବ ।
୧) ତଥ୍ୟ ଅନୁସାରେ ପ୍ରାୟ ୯୬ କୋଟି ମତଦାତା ବର୍ତ୍ତମାନର ୨୦୨୪ ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କରିବାକୁ ଯୋଗ୍ୟ ଅଛନ୍ତି । ଏଥି ପାଇଁ ପ୍ରାୟ ୧୫ ଲକ୍ଷ ବୁଥ ସହ ୧.୫ କୋଟି ସରକାରୀ କର୍ମଚାରୀ ନିଯୁକ୍ତ ହେବେ ।
୨) ତଥାପି ଅନେକ ବୃଦ୍ଧ ବୟସର ମତଦାତା, ଅସୁସ୍ଥ ଥିତବା ବ୍ୟକ୍ତି, ବାହାରେ ଚାକିରୀ କିମ୍ବା ଅନ୍ୟ କାମଧନ୍ଦା କରୁଥିବା ବ୍ୟକ୍ତିଙ୍କ ଭଳି ଅନେକଙ୍କ ପାଇଁ ଆଜି ମଧ୍ୟ ଆମ ଗଣତନ୍ତ୍ର ଅପହଞ୍ଚ । ସାମ୍ପ୍ରଦୟିକ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅବାଧ ନିର୍ବାଚନ ପ୍ରଶାସନ ପାଇଁ ଏକ ଆହ୍ବାନ ପାଲଟିଥିବା ସମୟରେ ସ୍ମାର୍ଟ୍ ଫୋନ୍ ସଭ୍ୟ ମତଦାତାଙ୍କ ପାଇଁ ଏକ ସମାଧାନ ।
୩) ଯଦିଓ ପୋଷ୍ଟାଲ ବାଲାଟ ଭଳି ଏକ ବିକଳ୍ପ ବ୍ୟବସ୍ଥା ରହିଛି କିନ୍ତୁ ଏହା କେବଳ ସରକାରୀ ଚାକିରୀ ଭିତରେ ସିମୀତ ଏବଂ ସମାଜର ଏକ ବୃହତ୍ ଜନସଂଖ୍ୟା ମତଦାନ ପ୍ରକ୍ରିୟାରୁ ବିରତ ରହିବାକୁ ବାଧ୍ୟ ହୁଏ ।
୪) ତଥ୍ୟ ମୁତାବକ ପ୍ରାୟ ୬୫ କୋଟି ଭାରତୀୟ ସ୍ମାର୍ଟ୍ ଫୋନ୍ ବ୍ୟବହାର କରିଥାନ୍ତି ଏବଂ ଏହି ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ସ୍ମାର୍ଟଫୋନ୍ ଜରିଆରେ ଆର୍ଥିକ ଦେଣନେଣ ସହ ଟିକେଟ ବୁକିଂ, ବ୍ୟାଙ୍କ୍ ସେବା, ଟଚଓ ସେବା, ଅନ୍ ଲାଇନ୍ ପାଠପଢ଼ା ଆଦି ସବୁକିଛି କରୁଛନ୍ତି ।
୫) କୋଭିଡ ମହାମାରୀ ସମୟରେ ଏହି ସ୍ମାର୍ଟଫୋନ୍ ହିଁ ଟୀକାକରଣ ଓ ଅନ୍ୟାନ୍ୟ ସୁବିଧା ଆଦିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆରୋଗ୍ୟ ସେତୁ କୋଭିଡ ସମୟରେ ଘରେ ଘରେ ପରିଚିତ ଥିଲା। ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ମଧ୍ୟ ପରିବା ବିକ୍ରେତା ପର୍ଯ୍ୟନ୍ତ ସ୍ମାର୍ଟ୍ ଫୋନରେ ଆର୍ଥିକ କାରବାର କରିବା ଆରମ୍ଭ କଲେଣି । ସ୍ମାର୍ଟଫୋନ୍ ମାଧ୍ୟମରେ ମତଦାନ ପ୍ରକ୍ରିୟାକୁ ସରଳୀକରଣ ଓ ଜନାଭିମୁଖୀ କରାଇବା ପାଇଁ କିଛି ପ୍ରସ୍ତାବ : –
କ) ଏକ ସାର୍ବଜନୀନ ଆପ୍ଲିକେସନ୍ ମୋବାଇଲ୍ ସହ କମ୍ପ୍ୟୁଟର ଭର୍ସନରେ ।
ଖ) ଆଧାର ଲିଙ୍କ୍ ସହ ଭୋଟିଂ କାର୍ଡର ପ୍ରାମାଣିକତା ସତ୍ୟାପନ।
ଗ) ସ୍ଥିରୀକୃତ ସମୟ ସୀମାରେ ହିଁ ମତଦାନ ସ୍ବୀକୃତି ବ୍ୟବସ୍ଥା ।
ଘ) ନେଟୱର୍କ ନଥିମବା ଅଞ୍ଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ସ୍ଥାନୀୟ ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରଗୁଡ଼ିକର
ଉପଯୋଗ କରାଯାଇପାରେ ।
ଙ) ଡାଟା ସୁରକ୍ଷା ନିମନ୍ତେ ବିଶେଷ ଧ୍ୟାନ ।
ଏଣୁ ଆମର ସବିନୟ ଅନୁରୋଧ ଏହି ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାରକୁ ନିଆଯାଇ ଇଭିଏମ ଜଞ୍ଜାଳରୁ ମତଦାତାଙ୍କୁ ମୁକ୍ତ କରାଯାଉ ଏବଂ ଆଜିର ଡ୍ରୋନ୍ ଓ କୃତ୍ରିମ ମେଧା ଯୁଗରେ ନୂତନ ବୈଷୟିକ ଜ୍ଞାନ କୌଶଳ ସହ ଲୋକଙ୍କୁ ଯୋଡ଼ାଯାଉ ।