Masthead

୧୦ ବର୍ଷ ତଳେ ଯାଇଥିଲା ବଡ଼ ଭାଇ ଜୀବନ, ଏବେ ଗଲା ସାନ ଭାଇ ଜୀବନ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୧୦ ବର୍ଷ ତଳେ ଯାଇଥିଲା ବଡ଼ ଭାଇର ଜୀବନ । ଆଉ ଏବେ ଗଲା ସାନଭାଇର ଜୀବନ । ମହାନଦୀରେ ବୁଡ଼ି ବଡ ଭାଇର ଯାଇଥିଲା ଯେମିତି ଜୀବନ ଠିକ ସାନ ଭାଇର ମଧ୍ୟ ଯାଇଛି ସେମିତି ଜୀବନ । ସେ ବି ପୁଣି ଗୋଟିଏ ଦିନରେ । ରାମ ନବମୀରେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ । ୧୦ ବର୍ଷ ପୂର୍ବେ ରାମ ନବମୀରେ ବଡ଼ ଭାଇର ପ୍ରାଣ ଚାଲିଯାଇଥିଲା । ଆଉ ଗତକାଲି ସାନ ଭାଇର ଜୀବନ ଚାଲିଗଲା। ରାମ ନବମୀରେ ପାଣିରେ ବୁଡ଼ି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି।

ମୃତକ ହେଲେ କୁନା ନାଥଙ୍କ ସାନ ପୁଅ ପରେଶ ନାଥଙ୍କ । ସୂଚନା ଅନୁସାରେ, ୧୦ ବର୍ଷ ପୂର୍ବେ କୁନା ନାଥଙ୍କ ବଡ଼ ପୁଅ ରାମ ନବମୀ ଦିନ ମହାନଦୀରେ ବୁଡ଼ି ଯାଇଥିଲେ। ବଡ଼ ପୁଅକୁ ସବୁଦିନ ପାଇଁ ହରାଇବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଭଗବାନ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ଲଦି ଦେଇଥିଲେ। ଯେଉଁଦିନ ପରିବାର ସଦସ୍ୟ ବଡ଼ ପୁଅକୁ ହରାଇ ଥିଲେ ଠିକ୍‌ ସେଇ ଦିନ ଅର୍ଥାତ୍‌ ରାମ ନବମୀ ଦିନ ଗତକାଲି ସାନ ପୁଅକୁ ମଧ୍ୟ ହରାଇଲେ।

ଗତକାଲି ଅପରାହ୍ଣରେ ପରେଶ ଗାଁ ପାଖ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜିବା ପରେ ଗାଁର କିଛି ଲୋକ ପୋଖରୀ ପାଖରେ ପାଦ ଚି଼ହ୍ନ ଦେଖିଥିଲେ । ପୋଖରୀରେ ସେ ଭାସି ଯାଇଥିବା ସନ୍ଦେହ କରି ପାଖ ଦମକଳ ବାହିନୀକୁ ଖବର ଦେଇଥିଲେ। ଖୋଜାଖୋଜି ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା