ଆଜି ଭୋଟ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଆଜି ଭୋଟ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ସାଧାରଣ ଭୋଟର । କର୍ଣ୍ଣାଟକ ବିଧାନସଭା ଆସନ ସମେତ ଓଡ଼ିଶା, ପଞ୍ଚାବ ଓ ମେଘାଳୟର ୫ ଟି ବିଧାନସଭା ଆସନ ପାଇଁ ହେଉଛି ଉପନିର୍ବାଚନ । ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ଚାଲିବ ମତଦାନ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଭୋଟ ଦେବାକୁ ସାଧାରଣ ଭୋଟରଙ୍କ ମନରେ ଉତ୍ସାହ ଲାଗିିରହିଛି । ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୨୬୧୫ ପ୍ରାର୍ଥୀ । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୨୨୩ ଓ ଜେଡିଏସ ୨୦୯ ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ଆପ ୨୦୯ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ।

ସବୁ ରାଜନୈତିକ ଦଳର ନଜର ରହିଛି ଯୁବ ଭୋଟରଙ୍କ ଉପରେ । ୫, ୩୧,୩୩,୦୫୪ ଭୋଟରଙ୍କ ମଧ୍ୟରୁ ୧୧,୭୧,୫୫୮ ଯୁବ ଭୋଟର ଅଛନ୍ତି । ଏହି ଯୁବ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ୩୭୫ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଲିସ ଜବତ କରିଛି । ସବୁଠାରୁ ମଜଦାର କଥା ହେଉଛି କର୍ଣ୍ଣାଟକରେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଆସି ନାହିଁ । ବିଜେପି ଏହି ରେକର୍ଡ ଭାଙ୍ଗିବାକୁ ଲକ୍ଷ ରଖିଥିବାବେଳ କଂଗ୍ରେସ କ୍ଷମତାକୁ ଫେରିବାକୁ ଶତ ଚେଷ୍ଟା ଚଳାଇଛି । ଅନ୍ୟପକ୍ଷରେ ଜେଡିଏସ କିଙ୍ଗ ମେକର ହେବା ଲକ୍ଷ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’