Masthead

ଆଜି ଭୋଟ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଆଜି ଭୋଟ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ସାଧାରଣ ଭୋଟର । କର୍ଣ୍ଣାଟକ ବିଧାନସଭା ଆସନ ସମେତ ଓଡ଼ିଶା, ପଞ୍ଚାବ ଓ ମେଘାଳୟର ୫ ଟି ବିଧାନସଭା ଆସନ ପାଇଁ ହେଉଛି ଉପନିର୍ବାଚନ । ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ଚାଲିବ ମତଦାନ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଭୋଟ ଦେବାକୁ ସାଧାରଣ ଭୋଟରଙ୍କ ମନରେ ଉତ୍ସାହ ଲାଗିିରହିଛି । ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୨୬୧୫ ପ୍ରାର୍ଥୀ । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୨୨୩ ଓ ଜେଡିଏସ ୨୦୯ ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ଆପ ୨୦୯ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ।

ସବୁ ରାଜନୈତିକ ଦଳର ନଜର ରହିଛି ଯୁବ ଭୋଟରଙ୍କ ଉପରେ । ୫, ୩୧,୩୩,୦୫୪ ଭୋଟରଙ୍କ ମଧ୍ୟରୁ ୧୧,୭୧,୫୫୮ ଯୁବ ଭୋଟର ଅଛନ୍ତି । ଏହି ଯୁବ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ୩୭୫ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଲିସ ଜବତ କରିଛି । ସବୁଠାରୁ ମଜଦାର କଥା ହେଉଛି କର୍ଣ୍ଣାଟକରେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଆସି ନାହିଁ । ବିଜେପି ଏହି ରେକର୍ଡ ଭାଙ୍ଗିବାକୁ ଲକ୍ଷ ରଖିଥିବାବେଳ କଂଗ୍ରେସ କ୍ଷମତାକୁ ଫେରିବାକୁ ଶତ ଚେଷ୍ଟା ଚଳାଇଛି । ଅନ୍ୟପକ୍ଷରେ ଜେଡିଏସ କିଙ୍ଗ ମେକର ହେବା ଲକ୍ଷ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା