ଉତ୍ତରପ୍ରଦେଶ ରାଜନୀତି ସରଗରମ, ଅଖିଳେଶଙ୍କୁ ଭେଟିଲେ ସଞ୍ଜୟ ସିଂ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏଥିପାଇଁ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଜିନେଶୱର ଟ୍ରଷ୍ଟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତେବେ ଆମ ଆଦମୀ ତରଫରୁ କୁହାଯାଇଛି ଯେ, ଅଖିଳେଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବାକୁ ସଞ୍ଜୟ ତାଙ୍କୁ ଭେଟିଛନ୍ତି । କିନ୍ତୁ ନିର୍ବାଚନ ପୂର୍ବରୁ ଏଭଳି ସାକ୍ଷାତକୁ ସାଧାରଣ ସାକ୍ଷାତ ବୋଲି ବିଚାର କରାଯାଇନପାରେ । କାରଣ ନିର୍ବାଚନ ପୂର୍ବରୁ ରାଜନେତା ମାନେ ନିଜ ରଣନୀତି ପ୍ରସ୍ତୁତ କରିବାକୁ ଏଭଳି ସାକ୍ଷାତ କରିଥାନ୍ତି ।

ତେବେ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ସ୍ଥାନରେ ଆପ ନିଜର କ୍ଷମତା ବୃଦ୍ଧି କରିବାକୁ ଚେଷ୍ଟା କରୁଛି । କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ରାମ ମନ୍ଦିର ଜମି କିଣାବିକା ଘୋଟାଲା ପର୍ଯ୍ୟନ୍ତ ଏସମସ୍ତ ତଥ୍ୟରେ ଆପ ନେତା ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତେବେ ସଞ୍ଜୟ ସିଂ ଏକ ଟ୍ୱିଟ କରି କହିଥିଲେ କି ନିର୍ବାଚନ ଆସିଲେ ବିଜେପିକୁ ଆମ୍ବେଦକର ଓ ରାଷ୍ଟ୍ରପତି ମନେ ପଡନ୍ତି କିନ୍ତୁ ରାମ ମନ୍ଦିର ଶିଳାନ୍ୟାସ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବାକୁ ଭୂଲି ଯାଆନ୍ତି । କହିରଖୁ କି ସଂଜୟ ସିଂ ଉତ୍ତରପ୍ରଦେଶ ଆମ୍ ଆଦମୀ ପାର୍ଟିର ପ୍ରଭାରୀ ଅଟନ୍ତି । ନିର୍ବାଚନ ପୂର୍ବରୁ ସେ ବେସ୍ ଆକ୍ଟିଭ୍ ଅଛନ୍ତି ।

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବାକୁ ସେ କିଛିଦିନ ଆଗରୁ ବାରମ୍ବାର ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ସୁହେଲ ଦେବ ଓ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚାର ସଂଯୋଜକ ଓମପ୍ରକାଶ ରାଜଭର ବି ସଂଜୟ ସିଂଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ଭେଟିଥିଲେ । ଅନ୍ୟପଟେ କିଛିଦିନ ତଳେ ଅଖିଳେଶ ଯାଦବ କହିଥିଲେ କି ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଛୋଟ ଛୋଟ ଦଳମାନଙ୍କ ସହ ମେଣ୍ଟ କରିବ । ଏସବୁକୁ ନଜର କଲେ ଯୋଗୀ ସରକାରଙ୍କୁ ଟକ୍କର ଦେବାକୁ ଏମାନେ ମିଳିତ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ