Masthead

ଆମ୍ବୁଲାନ୍ସ ପାଇଁ ଚାଲିଗଲା ଜୀବନ

ଜଟଣୀ (ବଡ଼ ଖବର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଫଳ । ଏହାର ଉଦାହରଣ ମିଳିଛି ଜଟଣୀ ମହାବୀର କଲୋନୀରୁ। ଗତ ୭ଦିନ ପୂର୍ବେ ଜଟଣୀ ପୌରପରିଷଦ ଅଧିନ ମହାବୀର କଲୋନୀ କରୋନା ଜଣେ ଯୁବକ ପଜେଟିଭ ଥିବା ଜାଣିବାକୁ ପାଇଥିଲେ । ସେ ଭୁବନେଶ୍ୱରର ଏକ ହୋଟେଲ ରେ କାମ କରନ୍ତି । କାମ କରିବା ସମୟରେ ଦେହ ଭଲ ନ ଲାଗିବାରୁ ସେ ପରୀକ୍ଷା କରିଥିଲେ।ତାଙ୍କ ରିପୋର୍ଟ ପଜେଟିଭ ଥିବା ଡାକ୍ତର କହିଥିଲେ ।

ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ସୋମବାରରୁ ତାଙ୍କ ଦେହ ଭୀଷଣ ଖରାପ ହୋଇଥିଲା ଆଜି ସକାଳୁ ସେ ନିଶ୍ୱାସ ନେଇ ପାରିନଥିଲେ। ମେଡିକାଲ ଯିବା ପାଇଁ ଘର ଲୋକ ୧୦୮କୁ କଲ କରିଥିଲେ । ୧୦୮ରେ କରୋନା ରୋଗୀ ଯାଇ ପାରିବେନି ବୋଲି କହିଥିଲେ । ଏହା ପରେ ଜଟଣୀ ପୌରପରିଷଦର ଆମ୍ବୁଲାନ୍ସ ପାଇଁ କଲ କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସହ କଥା ହୋଇ ଆମ୍ବୁଲାନ୍ସ ମଗେଇଥିଲେ ।

ହସ୍ପିଟାଲରେ ପହଂଚିବା ଆଗରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଗତ ବର୍ଷ ରାଜ୍ୟ ସରକାର କରୋନା ମୁକିବାଲା ନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ କେୟାର ସେଣ୍ଟର ଖୋଲିଥିଲେ। ସେ ସମୟରେ ନୂତନ ଭାବେ କିଣା ଯାଇଥିବା ବେଡ଼, ଇନଭେଟର ସବୁ ଗଲା କୁଆଡେ। କାହିଁକି ସରକାର ସେ ସବୁ ବେଡ଼କୁ ସ୍କୁଲମାନଙ୍କରେ ପକେଇ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ରଖୁ ନାହାନ୍ତି । କାହିଁକି ପଜିଟିଭ ବ୍ୟକ୍ତିଙ୍କୁ ଘରେ ରହିବାକୁ କହି କରୋନା ସଂକ୍ରମଣ ବ୍ୟାପିବା ପାଇଁ ସୁଯୋଗ ତିଆରି କରୁଛନ୍ତି ଯାହା ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ