Masthead

ବାଲିଆପାଳରୁ ଯାଇ ବମ୍ବେରେ ଚମକିଲେ ଓଡ଼ିଆ ଷ୍ଟାର

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଯାତ୍ରା ବାଲେଶ୍ୱରରୁ ବମ୍ବେ । ଯାତ୍ରା ବାଲିଆପାଳରୁ ବଲଉଡ । ଏ ଯାତ୍ରାରେ ସଫଳତା ପାଇଁ ସହିବାକୁ ପଡିଛି ଅନେକ ଯନ୍ତ୍ରଣା । ତଥାପି ଦୃଢ ଇଚ୍ଛାଶକ୍ତି ଓ ସାହାସ ଆଗରେ ସବୁ ଫିକା ପଡିଯାଇଛି । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ବଲିଆପାଳ ବ୍ଲକ କଟିସାହି ଗାଁର ରତିକାନ୍ତ କମିଳାଙ୍କ କାହାଣୀ । ସଫଳତା ପାଇଁ ଅନେକ ସଂଘର୍ଷ କରିଛନ୍ତି ରତିକାନ୍ତ । ପିଲାବେଳୁ ଆର୍ଟ ଏଣ୍ଡ କ୍ରାଫ୍ଟରେ କାମ କରିବାକୁ ଇଛା ରଖିଥିଲେ ସେ ।

କିନ୍ତୁ ଆର୍ଥିକ ସମସ୍ୟା ତାଙ୍କ ଇଛା ଆଗରେ ପାହାଡ ହୋଇ ଛିଡା ହୋଇଥିଲା । ପରିବାରର ଅର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏକ କଲ ସେଣ୍ଟରରେ କାମ କରିବା ପାଇଁ ସୁଦୂର ବାଙ୍ଗାଲୁର ଚାଲିଯାଇଥିଲେ । କାମରେ କିନ୍ତୁ ମନ ଲାଗିନଥିଲା ତାଙ୍କର । ରତିକାନ୍ତ ମନ ବଳାଇଥିଲେ ଅଭିନୟ ଦୁନିଆରେ ପାଦ ଦେବା ପାଇଁ । ଆଉ ଏହି ଇଛା ଆଜି ତାଙ୍କୁ ବଲଉଡ ଜଗତରେ ପରିଚିତ କରାଇଛି । ବେଙ୍ଗାଲୁରରେ ୩ ବର୍ଷ ଅଭିନୟ କୋର୍ସ ସାରିବା ପରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ମାୟାନଗରୀ ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ବି ଖୁବ ସଂଘର୍ଷ କରିବାକୁ ପଡିଥିଲା ରତିକାନ୍ତଙ୍କୁ । କୁହାଯାଏ ସଂଘର୍ଷପରେ ସଫଳତା ନିଶ୍ଚୟ ଅଛି ।

ଆଉ ଶେଷରେ ରତିକାନ୍ତ ବି ପାଇଥିଲେ ସଫଳତା । ଟିଭି ସିରିଏଲ ‘ଏସା ପ୍ୟାର କାହା’ରେ ପାଇଥିଲେ ପ୍ରଥମ ବ୍ରେକ । ବାସ ସେବେଠାରୁ ଆଉ ପଛକୁ ଦେଖି ଚାହିଁନହାଁନ୍ତି ରତିକାନ୍ତ । ଅନେକ ହିନ୍ଦୀ ଓ ଭୋଜପୁରୀ ସିନେମାରେ ଦେଖାଇ ଚାଲିଛନ୍ତି ତାଙ୍କ ଅଭିନୟର ଯାଦୁ । ରମାକାନ୍ତଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର ଓ ଗାଁ ଲୋକେ ବେଶ ଖୁସୀ । ଜଣେ ଓଡିଆ ଭାବେ ନିଜକୁ ଦେଶ ଦରବାରରେ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଛନ୍ତି ରମାକାନ୍ତ । ବଡ଼ ଖବର ମଧ୍ୟ ରମାକନ୍ତଙ୍କ ସଫଳତାକୁ ପ୍ରଶଂସା କରୁଛି । ଆହୁରି ଆଗକୁ ଯିବାକୁ ଅଭିନନ୍ଦନ ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି