Masthead

ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

ବଡମ୍ବା (ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ଯୋଜନା କରିଛନ୍ତି । କୌଣସି ବି ଲୋକ ଭୋକରେ ରହିବେ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ଏଠି ଏକ ଦିବ୍ୟାଙ୍ଗ ପରିବାର ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକର କଙ୍କଡାଯୋଡି ପଞ୍ଚାୟତରେ । ବୃନ୍ଦାବନ ସାହୁଙ୍କର ଚାରି ଦିବ୍ୟାଙ୍ଗ ପୁଅଝିଅ ।

ଯେଉଁମାନେ ମୂକ ଓ ବଧିର। କିଛି କହିପାରନ୍ତିନି କି କିଛି ଶୁଣି ପାରନ୍ତି ନାହିଁ । ବୃନ୍ଦାବନ ତନ୍ତବୁଣା କରି ପେଟ ପୋଷନ୍ତି । ଏବେ ନିଜର ବୟସ ହେଇଯିବାରୁ ନିଜ ଦିବ୍ୟାଙ୍ଗ ପୁଅଝିଅଙ୍କୁ ତନ୍ତବୁଣା କାମ ଶିଖାଇ ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରଙ୍କ ଠାରୁ କେବଳ ଭତ୍ତା ପାଇବା ଛଡା ଆଉ କୌଣସି ପ୍ରକାରର ସହଯୋଗ ନାହିଁ । ସରକାରଙ୍କ ଖାଦ୍ୟସୁରକ୍ଷା ଆଇନରେ ନାମ ନଥିବାରୁ ବହୁ କଷ୍ଟରେ ତନ୍ତବୁଣି ଚାଉଳ କିଣି ଖାଉଛନ୍ତି ବୋଲି କୋହଭରା କଣ୍ଠରେ ବୃନ୍ଦାବନ କହିଛନ୍ତି।

ଏ ଦିଗରେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ସରପଞ୍ଚଙ୍କ ଭାଈ ଜଣେ ବ୍ୟବସାୟୀ ହୋଇ ମଧ୍ୟ ଏହି ଯୋଜନାରେ କିଭଳି ଚାଉଳ ପାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ଏଠି ପ୍ରଶ୍ନ ଉଠୁଛି କି ଏହି ପଞ୍ଚାୟତର ସରପଞ୍ଚଙ୍କ ଭାଈ ଯାହାଙ୍କର ଅମାପ ଧନ ରହିବା ସହ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଛନ୍ତି । କିନ୍ତୁ ଜଣେ ଦିବ୍ୟାଙ୍ଗ ପରିବାର ଏଥିରୁ କିପରି ବାଦ ପଡୁଛନ୍ତି ବୋଲି ସିଧାସଳଖ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଆଗାମୀ ଦିନରେ ଏହି ଦିବ୍ୟାଙ୍ଗ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ