Masthead

ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

ବଡମ୍ବା (ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ଯୋଜନା କରିଛନ୍ତି । କୌଣସି ବି ଲୋକ ଭୋକରେ ରହିବେ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ଏଠି ଏକ ଦିବ୍ୟାଙ୍ଗ ପରିବାର ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକର କଙ୍କଡାଯୋଡି ପଞ୍ଚାୟତରେ । ବୃନ୍ଦାବନ ସାହୁଙ୍କର ଚାରି ଦିବ୍ୟାଙ୍ଗ ପୁଅଝିଅ ।

ଯେଉଁମାନେ ମୂକ ଓ ବଧିର। କିଛି କହିପାରନ୍ତିନି କି କିଛି ଶୁଣି ପାରନ୍ତି ନାହିଁ । ବୃନ୍ଦାବନ ତନ୍ତବୁଣା କରି ପେଟ ପୋଷନ୍ତି । ଏବେ ନିଜର ବୟସ ହେଇଯିବାରୁ ନିଜ ଦିବ୍ୟାଙ୍ଗ ପୁଅଝିଅଙ୍କୁ ତନ୍ତବୁଣା କାମ ଶିଖାଇ ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରଙ୍କ ଠାରୁ କେବଳ ଭତ୍ତା ପାଇବା ଛଡା ଆଉ କୌଣସି ପ୍ରକାରର ସହଯୋଗ ନାହିଁ । ସରକାରଙ୍କ ଖାଦ୍ୟସୁରକ୍ଷା ଆଇନରେ ନାମ ନଥିବାରୁ ବହୁ କଷ୍ଟରେ ତନ୍ତବୁଣି ଚାଉଳ କିଣି ଖାଉଛନ୍ତି ବୋଲି କୋହଭରା କଣ୍ଠରେ ବୃନ୍ଦାବନ କହିଛନ୍ତି।

ଏ ଦିଗରେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ସରପଞ୍ଚଙ୍କ ଭାଈ ଜଣେ ବ୍ୟବସାୟୀ ହୋଇ ମଧ୍ୟ ଏହି ଯୋଜନାରେ କିଭଳି ଚାଉଳ ପାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ଏଠି ପ୍ରଶ୍ନ ଉଠୁଛି କି ଏହି ପଞ୍ଚାୟତର ସରପଞ୍ଚଙ୍କ ଭାଈ ଯାହାଙ୍କର ଅମାପ ଧନ ରହିବା ସହ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଛନ୍ତି । କିନ୍ତୁ ଜଣେ ଦିବ୍ୟାଙ୍ଗ ପରିବାର ଏଥିରୁ କିପରି ବାଦ ପଡୁଛନ୍ତି ବୋଲି ସିଧାସଳଖ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଆଗାମୀ ଦିନରେ ଏହି ଦିବ୍ୟାଙ୍ଗ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI