Masthead

ମାଛ ପାଇଁ ଜୀବନ ଗଲା

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ମାଛ ଧରିବାକୁ ଯାଇ ନଦୀରେ ବୁଡି ଗଲେ ଯୁବକ । ଫଳରେ ମାଛ ଧରାଳିଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଜୟପୁର ଗ୍ରାମର ବ୍ରାହ୍ମଣୀ ନଦୀରେ। ଜୟପୁର ଗ୍ରାମର ନକୁଳ ସହ ଦିରଜ ତରାଇ ଓ ଜଗବନ୍ଧୁ ମଳିକ ଜାଲ ଧରି ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ ।

ଜୟପୁର ଗ୍ରାମ ନିକଟ ମାଳପୁରା ଗ୍ରାମ ଘାଟ ନିକଟରେ ଜାଲ ବିଛାଉଥିବା ସମୟରେ ନକୁଳ ପାଣିରେ ବୁଡିଯାଇଥିଲେ ।  ଅନେକ ଖୋଜାଖୋଜି ପରେ ମାଳପୁରା ନଦୀ ଘାଟରୁ ତାଙ୍କର ମୃତଦେହ ସହ ମାଛ ଧରାଯାଉଥିବା ଜାଲ ଉଦ୍ଧାର କରାଯାଇଛି। ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନକୁଳର ମୃତଦେହ ପାଣିରୁ ଉଦ୍ଧାର କରିସାରିଥିଲେ। ନକୁଳର ମୃତଦେହକୁ ଅଗ୍ନିଶମ ବାହିନୀ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା