Masthead

ଚନ୍ଦ୍ରାୟନ-୩ ଲ୍ୟାଣ୍ଡ କରିଥିବା ଜାଗା ଶିବଶକ୍ତି, ଚନ୍ଦ୍ରାୟନ-୨ ଲ୍ୟାଣ୍ଡ କରିଥିବା ଜାଗା ନାଁ ତ୍ରିରଙ୍ଗା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗ୍ରୀସରୁ ଫେରି ବେଙ୍ଗାଲୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରୋର ସମସ୍ତ ହିରୋଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ବୋଧିତ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଚନ୍ଦ୍ରାୟନ ୩ ଅବତରଣ କରିଛି ସେଠା ଶିବଶକ୍ତିି ନାଁରେ ପରିଚିତ ହେବ ।

ଆଉ ଯେଉଁଠି ଚନ୍ଦ୍ରୟାନ ୨ ଲ୍ୟାଣ୍ଡ କରିଥିଲା ସେଠାର ନା ତ୍ରିରଙ୍ଗାନାମରେ ପରିଚିତ ହେବ ।

 

ଦୁଇ ଦେଶ ଗସ୍ତ ପରେ ଭାରତ ଫେରି ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁର ବିମାନ ବନ୍ଦରରେ ଅବତରଣ କରିଥିଲେ।

ଏହା ପରେ ସେ ଇସ୍ରୋ କ୍ୟାମ୍ପସରେ ପହଞ୍ଚି ବୈଜ୍ଞାନିକମାନଙ୍କୁ ଭେଟିଥିଲେ । ଯେଉଁଠାରେ ସେ ଏହା ଘୋଷଣା କରିଛନ୍ତି । ଇସ୍ରୋର ହିରୋଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ ଚନ୍ଦ୍ରଯାନ -୩ ଚନ୍ଦ୍ରରେ ଅବତରଣ କରିଥିବା ଦିନ ଅର୍ଥାତ୍ ଅଗଷ୍ଟ ୨୩ ବର୍ତ୍ତମାନ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯିବ। ଏହା ଦେଶର ଯୁବକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ