Masthead

ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ):  ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା । ସମ୍ବଲପୁରରେ ଉଦଘାଟିତ ହେଲା ଡପ୍ ଲର ୱେଦର ରାଡାର । ୨୫୦କିମି ପର୍ଯ୍ୟନ୍ତ ପାଣିପାଗ ତଥ୍ୟ ପ୍ରଦାନ କରିବ ଏହି ରାଡାର । ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ । ପଶ୍ଚିମ ଓଡ଼ିଶାର ପାଣିପାଗ ନିରୀକ୍ଷଣ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ମିଳିଛି ନୂଆ ଶକ୍ତି। ସମ୍ବଲପୁରରେ ଡପ୍ ଲର ୱେଦର ରାଡାର ଉଦ୍‌ଘାଟିତ ହୋଇଛି। ଏହା ଦ୍ୱାରା ପାଣିପାଗର ପରିବର୍ତ୍ତନ ଉପରେ ଅଧିକ ନଜର ରଖିବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଆଗୁଆ ସୂଚନା ପ୍ରଦାନ ଆହୁରି ସହଜ ହେବ।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତି ଉପସ୍ଥିତ ଥିଲେ। ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଡପ୍ ଲର ୱେଦର ରାଡାର ସ୍ଥାପନ ଦ୍ୱାରା ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ପାଣିପାଗ ଉପରେ ନଜରଦାରୀ ବ୍ୟବସ୍ଥା ଆହୁରି ମଜବୁତ ହେବ।

ବିଶେଷକରି ଭାରି ବର୍ଷା, ଝଡ଼, ବଜ୍ରପାତ ଭଳି ପାଣିପାଗଜନିତ ଘଟଣା ସମ୍ପର୍କରେ ଆଗୁଆ ତଥ୍ୟ ହାସଲ କରିବାରେ ଏହା ସହାୟକ ହେବ। କାର୍ଯ୍ୟକ୍ରମରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାରେ ପାଣିପାଗ ନିରୀକ୍ଷଣ ଓ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତିକୁ ଆହୁରି ଦୃଢ଼ କରିବା ଦିଗରେ ଏହି ରାଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଥିଲେ। ସମ୍ବଲପୁରରେ ଏହି ରାଡାର ଉଦ୍‌ଘାଟନ ପରେ ପଶ୍ଚିମ ଓଡ଼ିଶାର ପାଣିପାଗ ନିରୀକ୍ଷଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିପର୍ୟ୍ୟୟ ସମୟରେ ଆଗୁଆ ସତର୍କତା ଜାରି କରି ଧନଜୀବନର କ୍ଷୟକ୍ଷତି କମାଇବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!