Masthead

କୁନି ବୈଜ୍ଞାନିକ, ଘରେ ରହି ନାସା ପାଇଁ କରୁଛନ୍ତି କାମ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଛୋଟ ଏକ ଗାଁରୁ ସୁଦୂର ଆମେରିକାର ନାସା। ଆମେରିକାର ନାସାରେ କାମ କରିବା ପାଇଁ ସୁଯୋଗ ପାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର ବିଶ୍ୱବନ୍ଧୁ ଓଝା । ୧୫ ବର୍ଷର ବିଶ୍ୱବନ୍ଧୁଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଗର୍ବିତ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର ବିଶ୍ୱବନ୍ଧୁ କିଛିଦିନ ପୂର୍ବରୁ ଏକ ସୌରଚାଳିତ ସାଇକେଲ ତିଆରି କରିଥିଲେ । ସ୍ଥାନୀୟ ତରିମୂଳ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ବିଶ୍ୱବନ୍ଧୁଙ୍କୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ତରଫରୁ ୩୦୦ରୁ ଉର୍ଦ୍ଧ୍ବ ସାର୍ଟିଫିକେଟ ମିଳିଛି ।

ତାଙ୍କୁ ଯୁବ ବୈଜ୍ଞାନିକ ଭାବେ ନିଯୁକ୍ତି ଦିଆଯାଇଛି । ମାତ୍ର ତାଙ୍କର ବୟସ ହୋଇନଥିବାରୁ ଏବେ ସେ ଘରେ ରହି ନାସା ପାଇଁ କାମ କରୁଛନ୍ତି । ନାସାରେ ନିଯୁକ୍ତି ପାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ୬ ମାସ ତଳେ ନିଜ ବାପାଙ୍କୁ ହରାଇଥିବା ବିଶ୍ୱବନ୍ଧୁଙ୍କ ମନରେ ଅସୁମାରୀ ସ୍ୱପ୍ନ ।

ନାସାରେ ସୃଷ୍ଟି ହେଉଥିବା ସୁଯୋଗ ସାଧାରଣ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚି ପାରୁନଥିବା ସେ କହିଛନ୍ତି । ପରିବାର ଓ ବିଦ୍ୟାଳୟର ଶିକ୍ଷକମାନେ ବିଶ୍ୱବନ୍ଧୁଙ୍କ ସଫଳତା ପାଇଁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱବନ୍ଧୁ ଏବେ ପ୍ରେରଣାର ଉତ୍ସ । ତାଙ୍କ ଭବିଷ୍ୟତ ଉଜ୍ଵଳ ହେଉ । ଦେଶର ନାଁ କୁ ଆଗକୁ ନିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର