Masthead

ବନ ବିଭାଗର ବିଗ୍ ଅପରେସନ

କାମାକ୍ଷାନଗର, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳରେ ଦିନକୁ ଦିନ ବଢିବାରେ ଳାଗିଛି ଅବୈଧ କାଠ ଚାଲାଣ । ଦିନକୁ ଦିନ କାଠ ମାଫିଆମାନେ ଖୁଲମଖୁଲା ଜଙ୍ଗଲରୁ କାଠ ଚୋରୀ କରି ଚାଲାଣ କରିବାରେ ଲାଗିଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଙ୍କମଞ୍ଜରୀ ନିକଟରେ ଆଜି ୫୦ ହଜାର ଟଙ୍କାର ଶାଳ କାଠ ସହ ଟାଟା ଏସି ଗାଡିକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଅଞ୍ଚଳରୁ ଏକ ଟାଟା ଏସି ଗାଡି ଚୋରା ଶାଳ କାଠ ନେଇ କାମାକ୍ଷାନଗର ଅଞ୍ଚଳକୁ ଆସୁଥିବା ବେଳେ ରେଞ୍ଜର ସତ୍ୟନାରାୟଣ ସାହୁ ଖବର ପାଇ ବାଙ୍କମଞ୍ଜରୀ ନିକଟରୁ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ । ତେବେ ଘଟଣା ସ୍ଥଳରେ ଗାଡି ଚାଳକ ଜଣକ ଗାଡିରୁ ଚମ୍ପଟ ମାରି ପଳାଇଯାଇଛି । ଉକ୍ତ ଅଂଚଳରେ କାଠ ମାଫିଆମାନଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା